Latest Odisha News

BREAKING NEWS

ଆରଏସଏସରେ ଯୋଗ ଦେବେ କେଆରକେ, ଖୁବଶୀଘ୍ର ଯିବେ ନାଗପୁର

ମୁମ୍ବାଇ: ଅଭିନେତା ତଥା ଫିଲ୍ମ କ୍ରିଟିକ (ସମାଲୋଚକ) କମଲ ଆର ଖାନ ତଥା କେଆରକେ ତାଙ୍କର ବିବାଦୀୟ ଟ୍ୱିଟ୍ ଯୋଗୁଁ ନିକଟରେ ଜେଲରୁ ଫେରିଛନ୍ତି। ଜେଲରୁ ବାହାରିବା ପରେ ସେ ଅନେକ ଥର ରାଜନୀତିରେ ଯୋଗ ଦେବା କଥା କହିଛନ୍ତି। କିଛି ଦିନ ପୂର୍ବରୁ, କେଆରକେ ମୋହନ ଭଗବତଙ୍କୁ ଟ୍ୟାଗ କରି ଟ୍ୱିଟ କରିଥିଲେ ଯେ ସେ ଆରଏସଏସରେ ଯୋଗଦେବାକୁ ପ୍ରସ୍ତୁତ ଅଛନ୍ତି। ଯାହା ପରେ ଏବେ କେଆରକେ ଘୋଷଣା କରିଛନ୍ତି ଯେ ସେ ଖୁବ୍ ଶୀଘ୍ର ଆରଏସଏସରେ ଯୋଗ ଦେବେ।

କେଆରକେ ଟ୍ୱିଟରରେ ଲେଖିଛି ଯେ, ‘ଏହା ଫାଇନାଲ ଏବଂ ନିଶ୍ଚିତ ଯେ ମୁଁ ଆରଏସଏସରେ ସାର୍ବଜନୀନ ଭାବେ ଯୋଗଦେବାକୁ ନାଗପୁର ଯାଉଛି।’ ଏପରି ସୂଚନା ଦେବା ପରେ କେଆରକେଙ୍କ ଟ୍ୱିଟରେ ୟୁଜର୍ସମାନଙ୍କ ବହୁତ ସାରା କମେଣ୍ଟ ଆସିଥିଲା। କେହି ତାଙ୍କ ନିଷ୍ପତ୍ତିକୁ ପ୍ରଶଂସା କରୁଛନ୍ତି ଏବଂ କେହି କେହି ତାଙ୍କୁ ଟ୍ରୋଲ କରୁଛନ୍ତି।

ନିକଟରେ କେଆରକେ ଟୁଇଟ କରି ଏକ ସୂଚନା ଦେଇଥିଲେ ଯେ, ସେ ‘ବିକ୍ରମ ବେଦ’ ଚଳଚ୍ଚିତ୍ରର ରିଭ୍ୟୁ କରିବେ ଯାହାକି ତାଙ୍କ ପାଇଁ ଏହା ଶେଷ ରିଭ୍ୟୁ ହେବ। ସେ ପୁଣି ଟୁଇଟର ଲେଖିଛନ୍ତି ଯେ. ‘ମୋ ନିକଟରେ କେବଳ ଦୁଇଟି ବିକଳ୍ପ ରହିଛି। ପ୍ରଥମ ମୁଁ ମୁମ୍ବାଇ ଛାଡିବା ଏବଂ ଦ୍ୱିତୀୟରେ ମୁଁ ଚଳଚ୍ଚିତ୍ର ସମୀକ୍ଷା କରିବା ବନ୍ଦ କରିବା ଉଚିତ୍। ତେଣୁ ମୁଁ ଦ୍ୱିତୀୟ ବିକଳ୍ପ ଚୟନ କଲି। କାରଣ ମୋ ବିରୋଧରେ ମିଥ୍ୟା ମାମଲା ଦାୟର କରିବାକୁ ମୁମ୍ବାଇରେ ବଲିଉଡର ବହୁ ରାଜନୈତିକ ସମର୍ଥନ ରହିଛି।’

Leave A Reply

Your email address will not be published.