Latest Odisha News

BREAKING NEWS

୫ ଲକ୍ଷ ଟଙ୍କା ସହ ଧରା ପଡ଼ିଲେ ସାଳନ୍ଦୀ କେନାଲ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ

ଭଦ୍ରକ: ଭିଜିଲାନ୍ସ ଜାଲରେ ସାଳନ୍ଦୀ କେନାଲ ଅଧିକ୍ଷଣ ଯନ୍ତ୍ରୀ । ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ କୁମାର ସେଠୀ ତାଙ୍କ ଭିଣୋଇଙ୍କ ହାତରେ ୫ ଲକ୍ଷ ଟଙ୍କା ଦେବା ବେଳେ ଧରା ପଡ଼ିଛନ୍ତି । ତେବେ ଜବତ ଟଙ୍କା ନେଇ ଭିଜିଲାନ୍ସକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାଁନ୍ତି ଶ୍ରୀମନ୍ତ ।

ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ବିଭାଗର ୪ ଜଣିଆ ଟିମ୍ ଶ୍ରୀମନ୍ତଙ୍କ ୫ଟି ସ୍ଥାନରେ ଚଢ଼ାଉ କରିଛନ୍ତି । ଖଇରା ଗାଁ ସହ ସୋରର ଶ୍ୱଶୁର ଘରେ ରେଡ୍ କରିଛି ଭିଜିଲାନ୍ସ । ମାମଲାରେ ଶ୍ରୀମନ୍ତଙ୍କ ଭିଣୋଇ କରୁଣାକର ସେଠୀଙ୍କୁ ଭିଜିଲାନ୍ସ ଗିରଫ କରିଛି ।

ଶ୍ରୀମନ୍ତଙ୍କ ଭୁବନେଶ୍ୱର ଡେଲଟା କଲୋନୀରେ ଥିବା ସରକାରୀ ବାସଭବନ ସହ ବାଲେଶ୍ୱରର ଖଣ୍ଟାପଡ଼ା ସ୍ଥିତ ଭିଣୋଇଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ।

Leave A Reply

Your email address will not be published.