ମୁମ୍ବାଇ: ହ୍ରିତିକ ରୋଶନଙ୍କ ଆଗାମୀ ଫିଲ୍ମ କ୍ରିଶ ୪କୁ ନେଇ ପ୍ରଶଂସକଙ୍କ ଉତ୍କଣ୍ଠା ବଢିବାରେ ଲାଗିଛି । ଏବେ ରିପୋର୍ଟ ଅନୁସାରେ ହ୍ରିତିକ ଏହି ଫିଲ୍ମରେ ଟ୍ରିପଲ ରୋଲ କରିବେ । ଏଥିରେ ସେ ଉଭୟ ନାୟକ ଏବଂ ଖଳନାୟକ ଭୂମିକା କରିବେ । ୨୦୦୩ରେ ହ୍ରିତିକଙ୍କ କୋଇ ମିଲ ଗୟା ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏହା ପରେ ନିର୍ମାତା ଓ ନିର୍ଦ୍ଦେଶକ ରାକେଶ ରୋଶନ ଏହାକୁ ସୁପରହୀରୋ ଷ୍ଟାଇଲରେ କରିଥିଲେ । କ୍ରିଶ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । କ୍ରିଶ ୪ରେ ହ୍ରିତିକ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଦେବେ ।
ଆଭେଞ୍ଜର୍ସ ଏଣ୍ଡଗେମ ଶୈଳୀରେ ହ୍ରିତିକ ଏହି ଫିଲ୍ମ କରିବାକୁ ଚାହୁଁଛନ୍ତି । ପୂର୍ବ ସଂସ୍କରଣଗୁଡିକ ସହ କ୍ରିଶ ୪ର ତାଳମେଳ ରଖାଯିବ । ପ୍ରୀତି ଜିଂଟା, ପ୍ରିୟଙ୍କା ଚୋପ୍ରା ଓ ନୋରା ଫତେହୀ ଏଥିରେ ଅଭିନୟ କରିବେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ରାକେଶଙ୍କ ପରେ ହ୍ରିତିକ ଏବେ ଏହି ଫ୍ରାଂଚାଇଜକୁ ଆଗକୁ ବଢ଼ାଇବେ । ବର୍ତମାନର ଯୁବ ପିଢ଼ୀଙ୍କୁ ଆଖି ଆଗରେ ରଖାଯାଇ ଏହାକୁ ନିର୍ମାଣ କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି । ଖୁବ ଶୀଘ୍ର ଫିଲ୍ମର କଳାକାର ନାମ ଘୋଷଣା କରାଯିବ । ଏହା ପରେ କେବେଠାରୁ ଶୁଟିଂ ଆରମ୍ଭ ହେବ ତାହା ମଧ୍ୟ ସ୍ଥିର କରାଯିବ ।
Comments are closed.