ମୁମ୍ବାଇ: ଭାରତୀୟ କ୍ରିକେଟର ଲୋକପ୍ରିୟ ଅଲରାଉଣ୍ଡର କୃଣାଳ ପାଣ୍ଡ୍ୟା ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । କୃଣାଳଙ୍କ ପତ୍ନୀ ପଙ୍ଖୁରୀ ଶର୍ମା ଏକ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି । ଟିମ ଇଣ୍ଡିଆରୁ ବାଦ ପଡିଥିବା କୃଣାଳ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି । ସେ ତାଙ୍କ ପତ୍ନୀ ଏବଂ ଶିଶୁ ପୁତ୍ର ସହ ଫଟୋ ମଧ୍ୟ ଶେୟାର କରିଛନ୍ତି । ସେ ଶିଶୁ ପୁତ୍ରକୁ ସ୍ନେହରେ ଚୁମ୍ବନ ଦେଉଥିବା ଫଟୋକୁ ଦର୍ଶକମାନେ ବେଶ ପସନ୍ଦ କରୁଛନ୍ତି । କୃଣାଳ ତାଙ୍କ ପୁତ୍ରର ନାମ କବୀର କୃଣାଳ ପାଣ୍ଡ୍ୟା ରଖିଛନ୍ତି । ୨୦୧୭ରେ କୃଣାଳ ଏବଂ ପଙ୍ଖୁରୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏବ କାଂଉଟି କ୍ରିକେଟ ଖେଳି ଫର୍ମକୁ ଫେରିବା ଲକ୍ଷ୍ୟରେ ଏହି ଅଲରାଉଣ୍ଡରଜଣକ ରହିଛନ୍ତି । ଭାରତୀୟ କ୍ରିକେଟର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ସମେତ ଭାଇ ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ ରାହୁଲ ଏବଂ ଅନ୍ୟମାନେ ଅଭିନନ୍ଦନ ଜଣାଇଛନ୍ତି ।
BREAKING NEWS
- ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି

Comments are closed.