Latest Odisha News

BREAKING NEWS

ବିଜେପି ସଭାପତି ଭାବେ ଦାୟିତ୍ୱ ନେଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ବିଜେପିର ନୂଆ ସଭାପତି ଭାବେ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା।

ଅମିତ ଶାହା, ରାଜନାଥ ସିଂହଙ୍କ ଉପସ୍ଥିତିରେ ରାଧା ମୋହନ ସିଂହ ତାଙ୍କ ନାମ ଉପରେ ମୋହର ମାରିଛନ୍ତି । ବିଜେପି ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ଜେପି ନଡ୍ଡା ନାମାଙ୍କନ ଭରିଥିଲେ ।

ତେବେ ର୍ନିଦ୍ୱନ୍ଦ ଭାବେ ଜେପି ନଡ୍ଡାଙ୍କୁ ଅଧ୍ୟକ୍ଷ ଚୟନ କରିବା ପାଇଁ ଅମିତ ଶାହା, ରାଜନାଥ ସିଂହ, ନୀତିନ ଗଡକରୀଙ୍କ ସମେତ ଦଳର ସବୁ ବରିଷ୍ଠ ନେତା ଉପସ୍ଥିତ ରହି ସମର୍ଥନ ଜଣାଇଥିଲେ । ପରେ ସେ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ।

ନୂଆ ସଭାପତି ନିର୍ବାଚିତ ହେବା ପରେ ଏବେ ବିଜେପିରେ ଆରମ୍ଭ ହୋଇଛି ନଡ୍ଡା ଯୁଗ । ଏଥିସହ ସାଢ଼େ ୫ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଅମିତ ଶାହାଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଗତ ବର୍ଷଠାରୁ ରାଜ୍ୟସଭା ସାଂସଦ ଜେପି ନଡ୍ଡା ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ଅଛନ୍ତି । କିନ୍ତୁ ଏବେ ତାଙ୍କୁ ଦଳର ପୁରାପୁରି ଦାୟିତ୍ୱ ମିଳିଛି ।

ଗତ ୨୦୧୪ ଲୋକସଭା ନିର୍ବାଚନରେ ବିଶାଳ ବିଜୟ ପରେ ଅମିତ ଶାହାଙ୍କ ନେତୃତ୍ୱରେ ବିଜେପି ବଡ ଉପଲବ୍ଧି ହାସଲ କରିଥିଲା । ଚଳିତ ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ଦଳ ବିଜୟ ହାସଲ କରିଛି । ଏଥିପାଇଁ ଅମିତ ଶାହାଙ୍କୁ ବର୍ତ୍ତମାନ ସମୟରେ ରାଜନୀତିର ‘ଚାଣକ୍ୟ’ ବୋଲି କୁହାଯାଉଛି ।

Leave A Reply

Your email address will not be published.