ଭୁବନେଶ୍ୱର: ମାର୍ଚ୍ଚ ୧୫ ତାରିଖରୁ ଆରମ୍ଭ ହେବ କୃଷି ଓଡିଶା-୨୦୨୧ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫିକି ସହଯୋଗରେ ୫ ଦିନ ଧରି ଏହା ଚାଲିବ । ଚଳିତ ବର୍ଷ ବରମୁଣ୍ଡାର ବିଜୁ ପଟ୍ଟନାୟକ ଖେଳ ପଡିଆରେ ଏହା ଆୟୋଜିତ ହେବ । ଏ ନେଇ ଆଜି କୃଷି ଭବନରେ ଅନୁଷ୍ଠିତ ଏକ ବୈଠକରେ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।
ଚଳିତବଷ କୃଷି ଓଡିଶାର ଥିମ୍ ରହିଛି ‘ସମନ୍ୱିତ ଚାଷ, ଚାଷୀଙ୍କ ବିକାଶ’ । କରୋନାକୁ ଦୃଷ୍ଟିରେ ରଖି ସମସ୍ତ କଟକଣା ମେଳାରେ ଲାଗୁ ହେବ ।
Comments are closed.