Latest Odisha News

BREAKING NEWS

କୃଷ୍ଣପ୍ରସାଦ ବୋମାମାଡ଼ ଘଟଣା: ବିଜେଡି ଉପରେ ଆରୋପ ଲଗାଇଲା ବିଜେପି

ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଆନ୍ଦଳା ଗ୍ରାମପଞ୍ଚାୟତରେ ଆନ୍ଦଳା ବୁଥରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ସଂଘର୍ଷ ଓ ବୋମାମାଡ଼ ଫଳରେ ୪୦ରୁ ଅଧିକ ଲୋକ ଏଠାରେ ଗୁରୁତର ହୋଇଛନ୍ତି ।

ଏହି ଘଟଣାରେ ୨୫ରୁ ଅଧିକ ବାଇକ୍ ନଷ୍ଟ ହୋଇଥିବା ଜଣାପଡ଼ିଛି । ବୁଥ ନିକଟରେ ଖଣ୍ଡା ଏବଂ ତୀକ୍ଷ୍ଣ ଜିନିଷ ଓ ଇଟାରେ ଲୋକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

ତେବେ ଏନେଇ ବ୍ରହ୍ମଗିରିର ବିଜେପି ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର ଶାସକ ଦଳ ଉପରେ ଆରୋପ ଲଗାଇଛନ୍ତି । ଏହି ହିଂସାରେ ବିଜେଡ଼ିର ହାତ ଥିବା ନେଇ ବିଧାୟକ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Comments are closed, but trackbacks and pingbacks are open.