Latest Odisha News

BREAKING NEWS

କୁଡୁମୀ ସେନାର ଦିଲ୍ଲୀ ଯାତ୍ରା

ମୟୂରଭଞ୍ଜ: ମୟୂରଭଞ୍ଜ କୁଡୁମୀ ସମ୍ପ୍ରଦାୟ ଦିଲ୍ଲୀ ଯାତ୍ରାରେ । କୁଡୁମୀ ଜାତୀକୁ ଆଦିବାସୀ ତାଲିକା ଭୁକ୍ତ କରିବା ଦାବି ନେଇ ଶନିବାର ଦିଲ୍ଲୀ ଯାତ୍ରା କରିଛନ୍ତି କୁଡୁମୀ ସେନା ସଦସ୍ୟ । କୁଡୁମୀ ସେନାର ରାଜ୍ୟ ସଭାପତି ଜୟମୁନୀ ମହାନ୍ତ ଙ୍କ ନେତୃତ୍ୱରେ ଦିଲ୍ଲୀ ଯାତ୍ରା କରିଛନ୍ତି ସେନା ସଦସ୍ୟ ମାନେ। ବାରିପଦା ଅମ୍ବିକା ମନ୍ଦିରଠାରୁ ଏକ ସ୍ୱତନ୍ତ୍ର ଘରୋଇ ବସ ଯୋଗେ ଦିଲ୍ଲୀରେ ସେମାନେ ପହଁଚିବେ।

ଆସନ୍ତା ୬ ତାରିଖ ଦିନ ଦିଲ୍ଲୀ ଯନ୍ତର ବନ୍ତର ଠାରେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିବା ସହ କଳା ଦିବସ ପାଳନ କରିବେ କୁଡୁମୀ ସମ୍ପ୍ରଦାୟର ଲୋକମାନେ। ପୂର୍ବରୁ କୁଡୁମୀ ସମ୍ପ୍ରଦାୟର ଲୋକମାନେ ଆଦିବାସୀ ତାଲିକା ଭୁକ୍ତ ଥିଲେ। ୧୯୫୦ ମସିହା ସେପ୍ଟେମ୍ବର ମାସ ୬ ତାରିଖରେ ସେମାନଙ୍କୁ ସରକାର ଆଦାବାସୀ ତାଲିକାରୁ ବାଦ୍ ଦେଇଥିଲେ।ଏନେଇ ସେମାନେ ସେପ୍ଟେମ୍ବର ୬ ତାରିଖକୁ କଳା ଦିବସ ଭାବେ କରିବେ।

Comments are closed.