Latest Odisha News

BREAKING NEWS

ବିଡିଓଙ୍କ ଭିଡିଓ ଭାଇରାଲ୍, ଦୌଡ଼ି ଆସି ରାସ୍ତା ଉପରେ ମାରୁଛନ୍ତି ଚାପୁଡ଼ା

ପାରାଦୀପ: ଗାଡ଼ିରୁ ଓହ୍ଲାଇ ଆସିଲେ, ରାସ୍ତା ଉପରେ ବ୍ୟକ୍ତିଙ୍କ ଗାଲକୁ କଷି ଦେଲେ । ଭଦ୍ର ବେଶରେ ଥିବା ଏ ବାବୁ ଜଣଙ୍କ କିଏ ? କାହିଁକି ରାସ୍ତା ଉପରେ ରୋବାବ୍ ଦେଖାଉଛନ୍ତି ? ସିସିଟିଭିରେ ରେକର୍ଡ ଭାଇରାଲ୍ ହେଉଥିବା ଏ ଭିଡିଓରେ ଚାପୁଡ଼ା ମାରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କୁଜଙ୍ଗ ବିଡିଓ ।

ମଙ୍ଗଳବାର ଅପରାହ୍ଣ ପ୍ରାୟ ୩ଟା ସମୟରେ ବ୍ଲକ କାର୍ଯ୍ୟାଳୟରୁ ବିଡିଓ ଅନ୍ୟ କର୍ମଚାରୀଙ୍କ ସ୍କୁଟି ପଛରେ ବସି ଯାଉଥିଲେ । ହେଲେ ହଠାତ୍ କଣ ହେଲା କେଜାଣି ଗାଡ଼ିରୁ ଓହ୍ଲାଇ ଆସି ବିଡିଓ ମହାଶୟ ଜଣେ ବ୍ୟକ୍ତିଙ୍କୁ ସମସ୍ତଙ୍କ ଆଗରେ ଚାପୁଡ଼ା ପରେ ଚାପୁଡ଼ା ମାରୁଛନ୍ତି ।

ସିସିଟିଭିରେ କଏଦ ଚାପୁଡ଼ା ଭିଡିଓକୁ କୁଜଙ୍ଗ ବିଡିଓ ସୌମ୍ୟଜିତ୍ ପାଣିଗ୍ରାହୀ ସ୍ୱୀକାର କରିବା ସହ କହିଛନ୍ତି, ମୁଁ ରାସ୍ତାରେ ଯାଉଥିବା ବେଳେ ବ୍ୟକ୍ତି ଜଣଙ୍କ ଅଟକାଇଥିଲେ । ନ ଅଟକିବାରୁ ଖରାପ ଭାଷାରେ ଗାଳି କରିଥିଲେ । ଯାହାକୁ ସହ୍ୟ କରି ନ ପାରି ଚାପୁଡ଼ାଟେ ମାରି ଦେଲି ।

ରାସ୍ତା ଉପରେ ହିଁ ଆଇନକୁ ହାତକୁ ନେଇ ଯାଇଥିଲେ । ଯଦି ଜଣେ ସରକାରୀ ଅଧିକାରୀ ହୋଇ ବିଡିଓ ମହାଶୟ ରାସ୍ତା ଉପରେ ଜଣେ ନିଶାଗ୍ରସ୍ତଙ୍କୁ ଏଭଳି ମାଡ଼ ମାରିବେ ତ ଲୋକେ କଣ ଶିଖିବେ ବୋଲି ପ୍ରଶ୍ନ ଉଠୁଛି ।

ବିଡିଓ ମହାଶୟ କାହିଁକି ଆଇନର ଆଶ୍ରୟ ନେଲେ ନାହିଁ ? ସେ ନେଇ ବିଡିଓ କହିଛନ୍ତି, ଏତଲା ଲେଖିବାକୁ ୧ ଘଣ୍ଟା ଲାଗିଥାନ୍ତା, ପୋଲିସକୁ ଦେବାକୁ ଆଉ ଘଣ୍ଟାଏ । ସେତେବେଳକୁ ସେ ଲୋକ କୁଆଡ଼େ ପଳାଇଥାନ୍ତି ତେଣୁ ସେଇଠି ମାରିଲି । ଏପରିକି ଚାପୁଡ଼ା ମାରିବା ଠିକ୍ ବୋଲି ଭିଡିଓ କହିଛନ୍ତି ।

ନିଶାଗ୍ରସ୍ତ ହୋଇ କାହାରିକୁ ଗାଳି କରିବା ଭୁଲ୍ । ହେଲେ କୁଜଙ୍ଗ ବିଡିଓ ରାସ୍ତା ଉପରେ ଚାପୁଡ଼ା ମାରିବା କେତେଦୂର ଠିକ୍ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଉଚ୍ଚ ପଦବୀରେ ଥିବା ଅଧିକାରୀଙ୍କ ଏଭଳି ଆଚରଣ ଓ ଉଚ୍ଚାରଣକୁ ନେଇ ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚା ବେଶ୍ ଜୋର୍ ଧରିଛି ।

Leave A Reply

Your email address will not be published.