Latest Odisha News

BREAKING NEWS

ବାହୁଡ଼ାରେ ଅଘଟଣ: ରଥ ଦଉଡି ଛିଡି ସେବାୟତ ଆହତ, ଶ୍ୱାସରୁଦ୍ଧ ହୋଇ ୮ ଅସୁସ୍ଥ

ପୁରୀ:ଏଥର ରଥଯାତ୍ରାରେ ଅଘଟଣ ଯେମିତି ପିଛା ଛାଡୁନି । ଗୁଣ୍ଡିଚା ଯାତ୍ରାରେ ଦଳାଚକଟାରେ ୧୫ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତିନି ରଥ ଶରଧାବାଲିରେ ଲାଗି ପାରି  ଥିଲା । ନୀତିକାନ୍ତିରେ ବିଳମ୍ବ ହୋଇଥିଲା । ଠାକୁର ରଥ ଉପରେ ଉପବାସ ବି ରହିଥିଲେ । ତେଣୁ ବାହୁଡ଼ା ଯାତ୍ରା ସୁରୁଖୁରୁରେ କରିବା ପାଇଁ ଲାଗି ପଡିଥିଲା ପ୍ରଶାସନ । ନୀତିକାନ୍ତି ସଅଳ ସଅଳ ବି ସରିଥିଲା । ତଥାପି ଦେଖା ଦେଇଛି ଅଘଟଣ ।

BjdElectrycity

ସିଂହଦ୍ୱାରରେ ଲାଗି ସାରିଛି ତାଳଧ୍ୱଜ ରଥ । ହେଲେ ତା ପୂର୍ବରୁ ମାର୍କେଟ ଛକ ନିକଟରେ ରଥଟଣା ଚାଲିଥିବାବେଳେ ଦଉଡି ଛିଣ୍ଡି ଯାଇଛି । ଫଳରେ ଜଣେ ଭୋଇ ସେବାୟତଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି ।

ଅନ୍ୟପକ୍ଷେ  ଲକ୍ଷଲକ୍ଷ ଶ୍ରଦ୍ଧାଳୁ ରଥଟାଣୁଥିବାବେଳେ ଗରମ ଓ ଗୁଳୁଗୁଳିରେ ଅଣନିଃଶ୍ୱାସୀ ହୋଇପଡିଛନ୍ତି । ଭିଡି ଭିତରେ ପ୍ରାୟ ୮ ଜଣ ଭକ୍ତ ଶ୍ୱାସରୁଦ୍ଧ ହୋଇ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆଜି ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଚାଲିଥିଲା । ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ରଥଟଣା ବି ଆରମ୍ଭ ହୋଇ ଯାଇଥିଲା । ସାଢେ ୪ଟା ବେଳେକୁ ତାଳଧ୍ୱଜ ରଥ ସିଂହ ଦ୍ୱାରରେ ପହଞ୍ଚି ସାରିଛି । ସେପଟେ ପଛକୁ ପଛ ଆସୁଛି ଦର୍ବଦଳନ ଓ ନନ୍ଦିଘୋଷ । ଆଜି ବାହୁଡା ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ତେବେ ଏପରି ଅଘଟଣ ଦେଖିବା ପରେ ସମସ୍ତଙ୍କ ମନରେ ଦୁଃଖ ଭରି ଯାଇଛି ।

Leave A Reply

Your email address will not be published.