Latest Odisha News

BREAKING NEWS

Kuldiha Wildlife Sanctuary: ଦୀର୍ଘ ୬ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୁଲଡିହା

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ଜୁନ ମାସରୁ ପ୍ରକୃତି ପ୍ରେମୀଙ୍କ ପାଇଁ ବନ୍ଦ ରହିଥିଲା। ଗତ ଛଅ ମାସ ଧରି ବନ୍ଦ ରହିଥିବା ଏହି ସ୍ଥାନ ଶନିବାର ଦିନ ପର୍ଯ୍ୟଟକଙ୍କ ପାଇଁ ପୁଣିଥରେ ଖୋଲିଛି।

ତେବେ ଚଳିତ ବର୍ଷ ପର୍ଯ୍ୟଟକମାନଙ୍କୁ ଗଡାଦସିମୁଲିଆ ଏବଂ ମେଚକୁଣ୍ଡ ଜଳପ୍ରପାତ ପରିଦର୍ଶନ କରିବାକୁ ମଧ୍ୟ ଅନୁମତି ଦିଆଯିବ। ଯାହାଦ୍ଵାରା ପର୍ଯ୍ୟଟକ ମାନେ ପ୍ରାକୃତିକ ସ୍ଥାନଗୁଡ଼ିକର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ବୋଲି ରେଞ୍ଜର-କମ୍-ସହାୟକ ବନ ସଂରକ୍ଷକ (ଏସିଏଫ) ସୁବ୍ରତ କୁମାର ବେହେରା ମତ ଦେଇଛନ୍ତି।

ଏଥିସହିତ ପର୍ଯ୍ୟଟକମାନେ ରିସିଆ ନେଚର୍ କ୍ୟାମ୍ପ, ରିସିଆ ଡ୍ୟାମ୍ ଏବଂ ନିକଟବର୍ତ୍ତୀ ଜଳପ୍ରପାତ ମଧ୍ୟ ଭ୍ରମଣ କରିପାରିବେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସ୍ଥାନାନ୍ତରିତ ହୋଇ ଆସିଥିବା ହରିଣ ମାନଙ୍କୁ ମଧ୍ୟ ଦେଖିପାରିବେ।

ତେବେ ଅଭୟାରଣ୍ୟରେ ଗୋଟିଏ ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟ ରହିଛି। ଯାହାଦ୍ଵାରା ପର୍ଯ୍ୟଟକମାନେ ସୁବିଧାରେ  ଭିତରକୁ ଯାଇ ଫେରିପାରିବେ। ତେବେ ଆଗକୁ ଶୀତ ଋତୁ ଆସୁଥିବାରୁ ପର୍ଯ୍ୟଟକ ମାନେ ସେଠାକାର ପ୍ରାକୃତିକ ପରିବେଶର ଆନନ୍ଦ ଉଠାଇପରିବେ ବୋଲି ଆଶା କରାଯାଉଛି।

 

Comments are closed.