Latest Odisha News

BREAKING NEWS

ନୀତୀଶଙ୍କୁ ବଞ୍ଚାଇ ଦେଲେ ଶାହ

ପାଟନା:ବୁଡ଼ି ଯାଉଥିଲେ ନୀତୀଶ, ବଂଚାଇଦେଲେ ଶାହ। ଗତ କିଛି ସପ୍ତାହ ଅତ୍ୟନ୍ତ ରୋମାଞ୍ଚକର ରହିଛିବିହାର ରାଜନୀତିରେ। ୨୦୦୪ ପରଠାରୁ ବିହାରରେ ପ୍ରାୟ ଦୁଇ ଦଶନ୍ଧି ଧରି ଶାସନ ଚାଲିଥିବା ପରେ ପୁଣିଥରେ ସରକାର ଗଢିବା ପାଇଁ ବିପକ୍ଷରେ ପରିବର୍ତ୍ତନ ପରମ୍ପରା ଜାରି ରହିଛି। ଏହି ପରମ୍ପରା ମଧ୍ୟରେ ବହୁବାର ସମସ୍ୟା ଉପୁଜିଲେ ବି ରକ୍ଷା ପାଇଯାଇଥିଲେ ନୀତୀଶ କୁମାର। କିନ୍ତୁ ଏବେ ବଢୁଛି ଚିନ୍ତା। ରବିବାର ବିଳମ୍ବିତ ରାତିରେ ହମ ମୁଖ୍ୟ ଜିତନ ରାମ ମାନ୍‌ଝୀ ଏବଂ ଭାଜପା-ଜେଡିୟୁର ଆଠ ଜଣ ବିଧାୟକ ଉଭୟ ଦଳର ନେତୃତ୍ୱର ଚିନ୍ତା ବଢାଇଥିଲେ। ସରକାରଙ୍କୁ ବଞ୍ଚାଇବା ପାଇଁ ଶକ୍ତି ଜୁଟାଇବା ସହିତ ଆରଜେଡିକୁ ଝଟକା ଦେବା ରଣନୀତି ରବିବାର ବିଳମ୍ବିତ ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା। କାରଣ ବିଧାୟକମାନଙ୍କୁ ମନ୍ତ୍ରୀ ପଦ ପାଇଁ ଆସୁଛି ଅଫର। ଜେଡିୟୁର ୫ ବିଧାୟକଙ୍କ ସହ ଦଳ ଗତ କିଛି ଦିନ ହେଲା ସମ୍ପର୍କ କରି ପାରୁ ନ ଥିଲା। ସେମାନେ ଆରଜେଡି ସହ ସମ୍ପର୍କରେ ଥିବା ତଥା ଆରଜେଡି ସେମାନଙ୍କୁ ୧୦ କୋଟି ଲେଖାଏ ଟଙ୍କା ସହ ମନ୍ତ୍ରୀ ପଦର ଅଫର ଦେଇଥିବା କଥା ଶୁଣିବାକୁ ମିଳୁଥିଲା। ସେଥିମଧ୍ୟରୁ ୫ କୋଟି ଫ୍ଲୋର ଟେଷ୍ଟ ପୂର୍ବରୁ ଓ ୫ କୋଟି ଫ୍ଲୋର ଟେଷ୍ଟ ପରେ ଦିଆଯିବ ବୋଲି ଡିଲ ବି ଚୂଡ଼ାନ୍ତ ହୋଇଥିଲା।

ଯାହାର ସୂଚନା ପାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନୀତୀଶଙ୍କ ପାଇଁ ବିପଦର ବନ୍ଧୁ ସାଜିଛନ୍ତି। ଅସଲ କଥା ଟି ହେଇଛି, ଅପରେସନ ଲାଲଟେନ୍‌କୁ ରୋକିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପ୍ରଥମେ କର୍ନାଟକ ଏବଂ ପରେ ଦିଲ୍ଲୀରୁ ମୋର୍ଚ୍ଚା ସମ୍ଭାଳିଥିଲେ। ଶାହାଙ୍କ ସହ ଯୋଗାଯୋଗରେ ରହି ପାଟନାରେ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏବଂ ନୀତୀଶ କୁମାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଦ୍ରୋହୀମାନଙ୍କୁ ମନାଇବାରେ ବ୍ୟସ୍ତ ଥିଲେ। ଏହି ସମୟରେ ମାନ୍‌ଝୀଙ୍କ ସହ ସମ୍ପର୍କ ନଷ୍ଟ ହୋଇଯାଇଥିଲା, ରାୟ ଦୁଇଥର ବିଳମ୍ବିତ ରାତିରେ ଏବଂ ସୋମବାର ସକାଳେ ତାଙ୍କ ବାସଭବନରେ ପହଞ୍ଚିଥିଲେ। ରବିବାର ବିଳମ୍ବିତ ରାତିରେ ନିଜେ ଆରଜେଡି ବିଧାୟକ ନୀଲମ ଦେବୀ, ଚେତନ ଆନନ୍ଦ ଏବଂ ପ୍ରହ୍ଲାଦ ଯାଦବଙ୍କୁ ସମ୍ପର୍କ କରିବାରେ ସଫଳ ହୋଇଥିଲେ। କଥା ବାର୍ତ୍ତା ପରେ ସବୁ କିଛି ଥଣ୍ଡା ପଡ଼ିଥିଲା। ଫଳରେ ଦଳର ମିଶନକୁ ସଫଳତା ମିଳିଥିଲା। ନୀତୀଶ କୁମାରଙ୍କ ଆବଶ୍ୟକ ସ୍ଥଳେ ଶାହଙ୍କ ଏଣ୍ଟ୍ରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ସାବ୍ୟସ୍ତ ହୋଇଛି। ଯାହାକୁ ଦେଖି କୁହାଯାଉଛି ଯେ ବୁଡୁଥିଲେ ନୀତୀଶ, ଆଉ ବାଞ୍ଚାଇଦେଲେ ଶାହ।

Leave A Reply

Your email address will not be published.