Latest Odisha News

କୁମକୀ ହାତୀ ଯଶୋଦା କଚାଡ଼ି ଦେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଅନ୍ତର୍ଗତ ମୁଣ୍ଡାସାହିରେ କୁମକୀ ହାତୀ ଯଶୋଦା ଆଜି ଜଣେ ବ୍ୟକ୍ତିଙ୍କୁ କଚାଡି ମାରି ଦେଇଛି ।

ମୃତ ବ୍ୟକ୍ତିଜଣକ ସୁଦୁର ପ୍ରଧାନ (୪୯) ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ପୁରୁଣାକୋଟ ଫରେଷ୍ଟ ରେଞ୍ଜର ନନ୍ଦିନୀ ନଳା ନିକଟରେ ହାତୀଟିକୁ ମାହୁନ୍ତ ଗାଧୋଇ ଦେଇ ଏକ ଗଛରେ ବାନ୍ଧି ଦେଇଥିଲେ ମାହୁନ୍ତ ତଥା ବନବିଭାଗ କର୍ମଚାରୀଙ୍କ ବାରଣ ପରେ ମଧ୍ୟ ସଦୁର ପ୍ରଧାନ ବନ୍ଧା ଯାଇଥିବା ହାତୀ ପାଖକୁ ଯାଇ କଦଳୀ ପତ୍ର ହାତୀକୁ ଖୋଇଦେବାକୁ ଚେଷ୍ଟା କରୁଥିଲେ ।

ମାଈହାତୀଟି ବ୍ୟକ୍ତିଜଣଙ୍କୁ କଦଳୀ ଗଛସହିତ ବୁଲାଇ କଚାଡ଼ି ମାରିଦେଇଥିଲା ।

ଘଟଣା ସମ୍ପର୍କରେ ଜାଣି ବନବିଭାଗ କର୍ମଚାରୀ ହାତୀଟି କଣ ପାଇ ଉତ୍ତେଜିତ ଅବସ୍ଥାକୁ ଆସିଲା ତାହା ଜାଣିବାକୁ ଚେଷ୍ଟା କରୁଛନ୍ତି ।

ଇତିମଧ୍ୟରେ, ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ସାତକୋଶିଆ ଅଭୟାରଣ୍ୟରେ ସୁନ୍ଦରୀ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଚନ୍ଦକା ଅଞ୍ଚଳରୁ କୁମକୀ ହାତୀ ଯଶୋଦାକୁ ନଭେମ୍ବର ୨ତାରିଖରେ ଅଣାଯାଇଥିଲା ।

Comments are closed.