Latest Odisha News

BREAKING NEWS

ମୋଦିଙ୍କୁ କରୁଥିଲେ ଟ୍ରଲ୍, ହୀନ ରାଜନୀତି କହି କୁନାଲଙ୍କୁ ଝାଡ଼ିଦେଲେ ପ୍ରଶଂସକ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କୁ ଟ୍ରଲ୍ କରିବାକୁ ଯାଇ ନିଜେ ଟ୍ରଲ୍ ହେଇଯାଇଛନ୍ତି କମେଡିଆନ କୁନାଲ କାମ୍ରା । ଖାଲି ଟ୍ରଲ୍ ତ ନୁହେଁ େଋାଷ ମିଶା ମଜା କରିଛନ୍ତି ଜଣେ ପ୍ରବାସୀ ଭାରତୀୟ । ପ୍ରଧାନମନ୍ତ୍ରୀଙ୍କ ଜର୍ମାନୀ ଗସ୍ତ ସମୟରେ ଶିଶୁ ପ୍ରଶଂସକ ଜଣେ ‘ହେ ଜନ୍ମଭୂମି ଭାରତ’ ଦେଶାତ୍ମବୋଧ ଗୀତ ଗାଇ ମୋଦିଙ୍କୁ ଶୁଣାଇଥିଲେ । ଛୋଟ ପିଲା ଟି ର ଆଗ୍ରହ ଦେଖି ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

BjdElectrycity

ଏହି ବେଳ ର ଭିଡିଓ ଟି ଇଣ୍ଟରନେଟରେ ବେଶ୍ ଭାଇରାଲ ହୋଇଥିଲା । ପ୍ରାୟତଃ ପ୍ରଧାନମନ୍ତ୍ରୀ ହୁଅନ୍ତୁ ଅବା ଅନ୍ୟ ଲୋକପ୍ରିୟ ନେତାଙ୍କ ଏଭଳି ଭିଡିଓ ଆସିଲେ ତାକୁ ମିମର ମାନେ ମିମ୍ ବନାଇଥାନ୍ତି । ନେଟିଜେନ୍ ଭାଷା ରେ ଏହାକୁ ମିମ୍ ମ୍ୟାଟେରିଆଲ୍ କୁହାଯାଏ ।

ତେବେ କମେଡିଆନ କୁନାଲ କାମ୍ରା ଏହି ଭିଡିଓ ର ଏକ ମିମ୍ ଭର୍ସନ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ହାଲୁକା ଅନ୍ୟ ମିମ୍ ମ୍ୟାଟେରିଆଲ ଯୋଡ଼ି ଦେଶାତ୍ମବୋଧ ଗୀତ ବଦଳରେ ‘ମେହେଙ୍ଗାୟୀ ଦାୟନ ଖାଏ ଜାତି ହେଁ’ ଗୀତ ପକେଇ ସେୟାର କରିଛନ୍ତି । ପୋଷ୍ଟ ର କ୍ୟାପସନ୍ ରେ କୁନାଲ ଙ୍କ ପାରମ୍ପରିକ ‘ନାଓ ହୁ ଡିଡ୍ ଦିସ୍?(ଏବେ ଏଇଟା କିଏ କଲା?)’ ।

କିନ୍ତୁ ମିମ୍ କିଏ ତିଆରି କରିଛି ସେ ବିଷୟ ଲେଖିନାହାନ୍ତି କୁନାଲ ।

ତେବେ ଏହି ଟ୍ୱିଟ୍ କୁ ଯେତିକି ପ୍ରଶଂସା ଆଉ ପସନ୍ଦ ମିଳିଛି । ଗୋଟିଏ କୋଟ୍ ଟ୍ୱିଟ୍ କିଛି ନେଟିଜେନ୍ ଙ୍କୁ ଭାବ ବିହ୍ୱଳ କରିଦେଇଛି । ଟ୍ୱିଟ୍ କରିଛନ୍ତି ଜର୍ମାନୀରେ ମୋଦିଙ୍କୁ ଗୀତ ଶୁଣାଇଥବା ଛୋଟ ପିଲାଙ୍କ ପିତା । ସେ କହିଛନ୍ତି ଯେ, ତାଙ୍କ ପୁଅ କୁ ନେଇ ରାଜନୀତି କରାନଯାଉ ।

ବ୍ୟକ୍ତି ଜଣ ହେଉଛନ୍ତି ଗଣେଶ ପଲ୍ । ଗଣେଶ ଲେଖିଛନ୍ତି, “ସେ ମୋ ସାତ ବର୍ଷର ପୁଅ । ସେ ତାର ମାତୃଭୂମି ପାଇଁ ଗୀତ ଟିଏ ଗାଇବାକୁ ଚାହୁଁଥିଲା । ଅବଶ୍ୟ ସେ ବହୁତ ଛୋଟ କିନ୍ତୁ ତୁମ ଠାରୁ ଅଧିକ ତା ମାତୃଭୂମି କୁ ଭଲ ପାଏ, ମିଷ୍ଟର କାମ୍ରା କଚରା ଯାହା ବି ତମେ ହେଇଥିବ । ତୁମ ହୀନ ରାଜନୀତିରୁ ମୋ ପୁଅ କୁ ବାଦ୍ ଦିଅ ଆଉ ତମ କମେଡି ଭଲ କରିବାକୁ ଚେଷ୍ଟା କର” ।

ଗଣେଶଙ୍କ ଟ୍ୱିଟ୍ କୁ ଅନେକେ ପସନ୍ଦ କରିବା ସହ ଏଭଳି ବାଜ୍ୟେ ମିମି୍ ନ କରିବାକୁ କୁନାଲଙ୍କୁ କହିଛନ୍ତି ନେଟିଜେନ୍ ।

Leave A Reply

Your email address will not be published.