Latest Odisha News

BREAKING NEWS

ଲୋକସଭା ବାଚସ୍ପତିଙ୍କ ନାଁରେ ନକଲି ସିମ୍ : ସାଂସଦଙ୍କୁ ଟଙ୍କା ମାଗୁଥିଲେ ଠକ, ଟ୍ୱିଟ କରି ଦେଲେ ସୂଚନା

ଭୁବନେଶ୍ୱର : ଲୋକସଭା ବାଚସ୍ପତିଙ୍କ ନାଁରେ ବି ନକଲି ସିମ । ରାଜ୍ୟରେ ଏକକାଳୀନ ୧୯ ହଜାର ୬୪୧ ଆକ୍ଟିଭ ସିମ କାର୍ଡ ଜବତ ହେବା ପରେ କ୍ରାଇମବ୍ରାଞ୍ଚର ହୋସ ଉଡିଯାଇଛି । ସବୁଠାରୁ ବଡ କଥା ହେଲା ଅପରାଧୀମାନେ ସିମ କାର୍ଡ ବ୍ୟବହାର କରି ସାଂସଦଙ୍କୁ ଟଙ୍କା ମାଗିଛନ୍ତି । କେନ୍ଦ୍ରାପଡା ଅନୁଭବ ମହାନ୍ତିଙ୍କୁ ବି ଏଭଳି ଫୋନ ଆସିଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି ନିଜେ ସାଂସଦ । ସବୁଠାରୁ ବଡ କଥା ହେଲା ଢେଙ୍କାନାଳରୁ ସିମ କାରବାରର ଲିଙ୍କ ସିଧାସଳଖ ନାଇଜେରିଆ ଅପରାଧୀଙ୍କ ଯାଏଁ ଲମ୍ବିଛି ।

ବାଚସ୍ପତିଙ୍କ ଫଟୋ ବ୍ୟବହାର କରି ଅପରାଧୀ ହ୍ୱାଟ୍ସଅପ ଆକାଉଣ୍ଟରୁ ସାଂସଦମାନଙ୍କୁ ଟଙ୍କା ମାଗୁଥିଲେ ।  ସଂପୃକ୍ତ ନମ୍ବର ଢ଼େଙ୍କାନାଳ ତାଳବୋରକୋଟ ଅଞ୍ଚଳରୁ ଆକ୍ଟିଭ ହୋଇଥିଲା । ଏହି ଘଟଣା ପରେ ଦିଲ୍ଲୀ ଗୁଇନ୍ଦାବିଭାଗ ଓ ଦିଲ୍ଲୀ ପୁଲିସର ଖୋଳତାଡ ହୋଇଛି । ଏହାର ଚେର ବିଦେଶକୁ ବି ଲମ୍ବିଛି ।

ମାମଲାର ମୁଖ୍ୟ କାର୍ପଟଦାର ଦୁଷ୍ମନ୍ତଙ୍କ ସମେତ ତାଙ୍କ ବାପା ଓ ଭାଇଙ୍କ ନାଁରେ ୭ ବ୍ୟାଙ୍କ ଆକାଉଣ୍ଟ ଓ ୩ ପେଟିଏମ ଆକାଂଉଟ ରହିଛି । ଜବତ ହୋଇଥିବା ଆକାଉଣ୍ଟରୁ ୩୦ଲକ୍ଷ ଟଙ୍କାର କାରବାର ହୋଇଛି ।
ତେବେ ଫେସବୁକରେ ଆକାଉଣ୍ଟ ଖୋଲି ଦୁଷ୍ମନ୍ତ ସିମ ନମ୍ବର ଓ ଆକାଉଣ୍ଟ ଯୋଗାଉଥିଲା । ଏହି ମାମଲାରେ
ଟଙ୍କାର ପରିମାଣ କୋଟିଏ ହୋଇଥିବା ଆକାଳନ କରୁଛି କ୍ରାଇମବ୍ରାଞ୍ଚ ।

ଏହି ମାମଲାରେ ମୁଖ୍ୟ କାର୍ପଟଦାର୍ ଦୁଷ୍ମନ୍ତ ସମେତ ତାଙ୍କ ବାପା ଓ ଭାଇଙ୍କ ନାଁରେ ମୋଟ ୭ଟି ବ୍ୟାଙ୍କ ଆକାଉଣ୍ଟ ଓ ୩ଟି ପେଟିଏମ ଆକାଉଣ୍ଟ ଜବତ କରିଛି କ୍ରାଇମବ୍ରାଞ୍ଚ। ଜବତ ହୋଇଥିବା ପେଟିଏମ ଆକାଉଣ୍ଟରୁ ଦୁଇଟି ଆକାଉଣ୍ଟରେ ୩୦ ଲକ୍ଷ ଟଙ୍କାର ଅର୍ଥ କାରବାର ହୋଇଥିବା ତଥ୍ୟ ମିଳିଥିବା ବେଳେ ଅନ୍ୟ ଆକାଉଣ୍ଟର ଖୋଳତାଡ଼ ଜାରି ରହିଛି ।

୨୦୨୦ ଏପ୍ରିଲ ୧୮ ତାରିଖଠାରୁ ଏହି ଆକାଉଣ୍ଟ ଦୁଷ୍ମନ୍ତ ନିଜର ଓ ପରିବାର ଲୋକଙ୍କ ନାଁରେ ଆକାଉଣ୍ଟ ଖୋଲିଥିବା ବେଳେ କିଛି ଭୂତ ଆକାଉଣ୍ଟ ଖୋଲି ସେଥିରେ ବି ଟଙ୍କା ରଖିଥିଲା। ଫେସ୍‌ବୁକରେ ଯେଉଁ ‘ବାୟର୍ ସେଲର୍ ଅଫ୍ ଓଟିପି ଗ୍ରୁପ୍‌’ରେ ଦୁଷ୍ମନ୍ତ ସିମ୍ ନମ୍ବର ଓ ଓଟିପି ଯୋଗାଉଥିଲା, ସିମ୍ ପିଛା ୪୦୦ ଟଙ୍କା ହିସାବରେ ଦୁଷ୍ମନ୍ତକୁ ଏହି ଟଙ୍କା ମିଳିଛି।

ଟଙ୍କାର ପରିମାଣ କୋଟିଏ ଛୁଇଁବାକୁ ଯାଉଥିବା କ୍ରାଇମବ୍ରାଞ୍ଚ ଆକଳନ କରୁଛି। କ୍ରାଇମବ୍ରାଞ୍ଚ ଏମାନଙ୍କୁ ରିମାଣ୍ଡରେ ଆଣିଥିବା ବେଳେ ସିମ୍ ଓ ଟଙ୍କା କାରବାର ସମ୍ପର୍କରେ ଅଧିକ ଖୋଳତାଡ଼ କରିବାକୁ ଯାଉଛି।

ଅନ୍ୟପଟେ ପ୍ରିଆକ୍ଟିଭେଟେଡ୍ ସିମ୍ ଜାଲିଆତି ସମ୍ପର୍କରେ ଅଧିକ ପଚରାଉଚରା କରିବା ପାଇଁ କ୍ରାଇମବ୍ରାଞ୍ଚ ଭୋଡାଫୋନର ଭୁବନେଶ୍ୱରସ୍ଥିତ ମୁଖ୍ୟ ବାଣିଜ୍ୟିକ ପରିଚାଳକ, ବିଏସ୍‌ଏନ୍‌ଏଲ୍‌ର ଢେଙ୍କାନାଳର ଜେନେରାଲ ମ୍ୟାନେଜର ଓ ଜିଓର ଢେଙ୍କାନାଳର ଏରିଆ ମ୍ୟାନେଜରଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ କାର୍ଯ୍ୟାଳୟରେ ୫ ତାରିଖରେ ହାଜର ହେବାକୁ ନୋଟିସ୍‌ ଜାରି କରାଯାଇଛି। ଏ

 

Leave A Reply

Your email address will not be published.