ଜୟପୁର: ଅନାସ୍ଥା ଭୋଟ ପୂର୍ବରୁ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅଧ୍ୟକ୍ଷାଙ୍କ ଇସ୍ତଫା । କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଜେଶ୍ୱରୀ ପରଜା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଅଧ୍ୟକ୍ଷା ଗୁରୁବାର ଜୟପୁର ଉପଜିଲ୍ଲାପାଳ ଅକା ବରମ ଶାଶ୍ୟ ରେଡ୍ଡୀଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି l ଇସ୍ତଫା ପତ୍ରରେ ବିଗତ ୪ ବର୍ଷ ହେବ ବ୍ଲକ ଅଧ୍ୟକ୍ଷା ପଦବୀରେ ରହି ଠିକ୍ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ କିନ୍ତୁ ତାଙ୍କ ବ୍ୟକ୍ତିଗତ ଓ ତାଙ୍କ ଦାୟିତ୍ବ ଠିକ୍ ପାରିବା ବାରିକ ସମସ୍ୟା ହେତୁ ତାଙ୍କ ଦାୟିତ୍ବ ଠିକରେ ତୁଲାଇ ପାରୁନାହାନ୍ତି । ସେ କୌଣସି ଚାପରେ ନ ପଡ଼ି ନିଜ ସ୍ବଇଚ୍ଛାରେ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି l
ସୂଚନା ନା ଥାଉକି, ଶ୍ରୀମତି ପରଜା କଂଗ୍ରେସ ଦଳଗ ସମର୍ଥୀତ ସମିତି ସଭ୍ୟା ଥିଲେ l ତାଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଗତ ଜୁଲାଇ ମାସ ୭ ତାରିଖରେ କଂଗ୍ରେସ ସମର୍ଥାତ ୫ ସରପଞ୍ଚ ଓ ୩ ସମିତି ସଭ୍ୟସଭ୍ୟାଙ୍କ ସମେତ ୪୦ରୁ ଉର୍ଦ୍ଧ୍ବ ନେତା ଓ କର୍ମୀ ଦଳ ଛାଡ଼ିଥିଲେ l ସେବେଠାରୁ ଅଧ୍ୟକ୍ଷାଙ୍କ ପଦବୀ ଟଳମଳ ଥିଲା l
ପରବର୍ତ୍ତୀ ସମୟରେ ବ୍ଲକ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ଡାକି ଏକ ଛୋଟ କଥାରେ ମନ ମାଳିନ୍ୟ ହୋଇଛି ଖୁବ୍ ଶୀଘ୍ର ସମସ୍ତ ପ୍ରତିନିଧୂ ଓ କର୍ମକର୍ତ୍ତା ଘର ବାହୁଡ଼ିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ କିନ୍ତୁ ତାହା ସଫଳ ହେଲା ନାହିଁ l ଗତ ଅଗଷ୍ଟ ମାସ ୭ ତାରିଖରେ ବ୍ଲକର ୩୨ ଜଣ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ଏକତ୍ରୀତ ଭାବେ ବ୍ଲକ ଉପାଧ୍ୟକ୍ଷ ତରୁଣୀ ସେନ ବିଶୋୟୀଙ୍କ ନେତୃତ୍ବରେ ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟ ଯଥା ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ସମିତି ବୈଠକ ନ କରି ନିଜ ଇଚ୍ଛା ଅନୁସାରେ ,Г ମାସକୁ ଥରେ ବୈଠକ କରିବା, ନିୟମ ଥିଲେ ବି ଷ୍ଟାଣ୍ଡିଂ କମିଟି ଗଠନ ନ କରିବା, କମିଟି ନଥିବା ଦ୍ବାରା ପଞ୍ଚାୟତ ମାନଙ୍କରେ ଚାଲିଥିବା କୌଣସି କାର୍ଯ୍ୟର ତଦାରଖ ପାଇଁ ପ୍ରତିନିଧୀଙ୍କୁ ସୁଯୋଗ ନ ମିଳିବା, ବାର୍ଷିକ କାର୍ଯ୍ୟ ଖସଡ଼ାରେ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟାଙ୍କ ସହ ଆଲୋଚନା ନକରି ନିଜ ଇଚ୍ଛା ମୁତାବକ ପ୍ରସ୍ତୁତ କରିବା l
ଏହା ଦ୍ବାରା ପ୍ରତିନିଧୀ ନିଜ ପଞ୍ଚାୟତ ମାନଙ୍କରେ ଜନ ସାଧାରଣଙ୍କ ଦ୍ବାରା ଆକ୍ରୋଶର ଶିକାର ହେବା, ଅଧ୍ୟକ୍ଷା ଦାୟିତ୍ବ ନିବୃତ ନେବାର ତିନି ବର୍ଷ ପରେ ବି ଥରେ ହେଲେ କୌଣସି ପଞ୍ଚାୟତକୁ ପରିଦର୍ଶନ ନ କରିବା ଆଦି ଅଭିଯୋଗ ନେଇ ଉପ ଜିଲ୍ଲାପାଳ ସୁଶ୍ରୀ ରେଡ୍ଡୀଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ସହ ଶପଥ ପାଠ କରିଥିଲେ l ଏନେଇ ବିଡିଓ ମନସ୍ମିତାଙ୍କୁ ପଚାରିବାରୁ ଅନାସ୍ଥାକୁ ନେଇ ସରକାରୀ ସ୍ବରରେରେ କାର୍ଯ୍ୟାନୁଷ୍ଠାନ ହୋଇଛି, ଆସନ୍ତାକାଲି (୨୪) ଅନାସ୍ଥା ଭୋଟ ପାଇଁ ସମସ୍ତ ପ୍ରସ୍ତୁତି ସରିଛି ।
ଗୁରୁବାର ଅଧ୍ୟକ୍ଷା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରି ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ନିକଟକୁ ପଠାଇଛନ୍ତି l ତାଙ୍କ ଠାରୁ ଯାହା ନିର୍ଦ୍ଦେଶ ଆସିବ ସେ ଅନୁସାରେ କାର୍ଯ୍ୟକାରୀ କରାଯିବ, ଅନାସ୍ଥା ଭୋଟ ପରିଚାଳନା ଦାୟିତ୍ବରେ ତହସିଲଦାର ରହିଛନ୍ତି ବୋଲି କହିଛନ୍ତି l ମାଜିଷ୍ଟ୍ରେଟ ତଥା ତହସିଲଦାର ବିନୋଦ କୁମାର ନାଏକଙ୍କୁ ପଚାରିବାରୁ ଆସନ୍ତାକାଲି ଅନାସ୍ଥା ଭୋଟ ନିମନ୍ତେ ତାଙ୍କୁ ଦାୟିତ୍ବ ନ୍ୟସ୍ତ କରାଯାଇଛି, ସେ ସେଥିପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ଅଧ୍ୟକ୍ଷାଙ୍କ ଇସ୍ତଫା ପରେ ତାଙ୍କ ନିକଟକୁ କୌଣସି ନିର୍ଦ୍ଦେଶ ଆସିନାହିଁ, ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ ଠାରୁ ଯାହା ନିର୍ଦ୍ଦେଶ ଆସିବ ତାହା ପାଳନ କରାଯିବ ବୋଲି ଥିବା ସେ କହିଛନ୍ତି l
Comments are closed.