ନୂଆଦିଲ୍ଲୀ: ପ୍ରଥମ ଶ୍ରେଣୀରୁ ଅଷ୍ଟମ । ସମସ୍ତ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ୍ କରାଇବ କେନ୍ଦ୍ରୀୟ ବିଦ୍ୟାଳୟ । ସାରା ଦେଶରେ ଲକ୍-ଡାଉନ୍ ପ୍ରୋଟୋକୋଲ୍ ଲାଗୁ ହେବା ପରେ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ କିଛି ଏପରି ପଦକ୍ଷେପ ନେଇଛି ।
କୌଣସି କାରଣ ଥାଉ ବା ନଥାଉ । ୨୦୧୯-୨୦ରେ ପରୀକ୍ଷା ଦେଇଥାନ୍ତୁ ବା ଦେଇନାହାନ୍ତି । ଫିସ୍ ଭେରିଫିକେସନ୍ ହେବା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍ କରିବା ଲାଗି କେଭିଏସ୍ ଅଧିକାରୀ ସ୍ପଷ୍ଟ କରିଛନ୍ତି ।
ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ଅନୁଯାୟୀ ଭାରତରେ ଥିବା ୧୧୯୬ଟି କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି ।
Kendriya vidyalayas to promote all students of class 1 to 8, irrespective of whether they appeared in year-end exam or not: Officials
— Press Trust of India (@PTI_News) March 24, 2020
ତାଜା ସ୍ଥିତିରେ ଦେଶର ସମସ୍ତ ଘରୋଇ, ସରକାରୀ ସ୍କୁଲ କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲାବେଳେ ସମସ୍ତ ପ୍ରକାର ପରୀକ୍ଷକୁ ସ୍ଥଗିତ ରଖାଯାଇଛି ।
Comments are closed.