Latest Odisha News

BREAKING NEWS

ଡିଏଭି ପବ୍ଲିକ୍ ସ୍କୁଲରେ କ୍ୱିଜ୍ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର : ସମାଜରେ ଛାତ୍ରଛାତ୍ରୀ, ମହିଳା ଏବଂ ଅର୍ଥନୈତିକ ଦୂର୍ବଳ ଶ୍ରେଣୀର ଲୋକମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଆସୁଥିବା ସଂସ୍ଥା ଶ୍ରୀ ସାଇ ନିକେତନ ଟ୍ରଷ୍ଟ, ପକ୍ଷରୁ ଉଡ୍ ଆପଲ୍ ବିଦ୍ୟାଳୟ ଦ୍ୱାରା ଏକ ମୁକ୍ତ କୁଇଜ୍ ପ୍ରତିଯୋଗିତା କେଡବ୍ଲ୍ୟୁଆଇଜେଡ-ବେଲ୍ ୨୦୧୮ ଅନୁଷ୍ଠିତ ହୋଇଯାଇଅଛି । ଏହି ।ଗିତା କେଡବ୍ଲ୍ୟୁଆଇଜେଡ-ବେଲ୍ ୨୦୧୮ ତୃତୀୟ ସଂସ୍କରଣ ସ୍ଥାନୀୟ ଡିଏଭି ପବ୍ଲିକ୍ ସ୍କୁଲ ଚନ୍ଦ୍ରଶେଖରପୁରରେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଆୟୋଜିତ ହୋଇଥିଲା । ଛାତ୍ରଛୀତ୍ରୀମାନଙ୍କ ମଧ୍ୟରେ ସମାଜର ଭିନ୍ନକ୍ଷମ ପିଲାମାନଙ୍କ ବିଷୟରେ ଅଧିକ ସଚେତନ କାରଇବା ଏହି କୁଇଜ ପ୍ରତିଯୋଗିତାର ଥିଲା ମୂଳ ଲକ୍ଷ୍ୟ ରହିଥିଲା ।

ଟ୍ରଷ୍ଟି ରିତା ବଳିଆରସିଂ ଓ ସାନ୍ତା ବଳିଆରସିଂ ଏହି ଅବସରରେ ନିଜ ମତାମତ ପ୍ରଦାନ କରି ପ୍ରକାଶ କରିଥିଲେ ଯେ, ସମାଜରେ ଭିନ୍ନକ୍ଷମ ପିଲାମାନଙ୍କ ମଧ୍ୟ ସମାନ ଗୁରୁତ୍ୱ ରହିବା ସଂପର୍କରେ ଲୋକମାନଙ୍କୁ ଅବଗତ କରିବା ନିମନ୍ତେ ।ଗିତା କେଡବ୍ଲ୍ୟୁଆଇଜେଡ-ବେଲ୍ ହେଉଛି ଏକ କ୍ଷୁଦ୍ର ପ୍ରୟାସ ।

ଏହି କୁଇଜ ପ୍ରତିଯୋଗିତାର ବିଜେତାମାନଙ୍କୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ନିତିନ ବି ଜାୱଲେ ଟ୍ରଫି, ମାନପତ୍ର ଏବଂ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଏଥିରେ ଡିଏଭି ପବ୍ଲିକ୍ ସ୍କୁଲ, ପୋଖରୀପୁଟ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ, ମଦର୍ସ ପବ୍ଲିକ୍ ସ୍କୁଲ ଓ ଡିଏଭି ପବ୍ଲିକ୍ ସ୍କୁଲ, ୟୁନିଟ ୮ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ଶ୍ରୀ ସାଇ ନିକେତନ ଟ୍ରଷ୍ଟ ୨୦୧୬ ମସିହାରେ ଭିନ୍ନକ୍ଷମ (ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୁହାଯାଇଥିବା ଦିବ୍ୟାଙ୍ଗ) ପିଲାମାନଙ୍କ ପାଇଁ ଉଡ୍ ଆପଲ୍ ନାମକ ଏକ ବିଦ୍ୟାଳୟ ଭୂବନେଶ୍ୱରରେ ଆରମ୍ଭ କରିଅଛି । ଦୃଷ୍ଟିହିନ, ବଧିର, ମାନସିକ ଭାବେ ବିକଳାଙ୍ଗ, ମସ୍ତିସ୍କ ପକ୍ଷାଗତ ଏବଂ ବହୁ ବିକଳାଙ୍ଗ ପିଲାମାନଙ୍କର ସ୍ୱତନ୍ତ୍ର ଆବଶ୍ୟକ ଗୁଡିକ ପୁରଣ କରିବା ଡକ୍ଟକ୍ଟୟ-ଇକ୍ଟ୍ରକ୍ଟ୍ରକ୍ଷର ର ମୂଳ ଲକ୍ଷ୍ୟ । ଉଡ୍ ଆପଲର ବିଶେଷ ଆଦେଶାବଳୀ ପ୍ରସ୍ତୁତି କରିବା ସହ ଶିକ୍ଷାଗତ କାର୍ଯ୍ୟକ୍ରମରେ ଯଥା ପାଠ୍ୟକ୍ରମ ଏବଂ ଶିକ୍ଷା ପଦ୍ଧତିରେ ଯଥେଷ୍ଟ ପରିବର୍ତନ ଆଣିଛି ଯାହା ପ୍ରତ୍ୟେକ ଭିନ୍ନକ୍ଷମ ପିଲାଙ୍କ ପାଇଁ ଉପାଦେୟ । ନିଜର ଅଧିକାରରୁ ବଞ୍ଚିତ ଥିବା ବସ୍ତି ପିଲାମାନଙ୍କ ପାଖରେ ପହଞ୍ଚିବା ପାଇଁ ଉଡ୍ ଆପଲ୍ ସଦାସର୍ବଦା କାର୍ଯ୍ୟରତ । ବିଦ୍ୟାଳୟ ଯାଉଥିବା ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଶ୍ରେଣୀର ଉପଲବ୍ଧ କରାଇବା ଏବଂ ବୃତିଗତ ତାଲିମ ପାଠ୍ୟକ୍ରମ ଜରିଆରେ ଜୀବିକା ଉପାର୍ଜନ କରିବା ପାଇଁ ଡକ୍ଟକ୍ଟୟ- ଉଡ୍ ଆପଲ୍ ମଧ୍ୟ କାର୍ଯ୍ୟରତ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ସାଇ ନିକେତନ ଟ୍ରଷ୍ଟ ୨୦୧୨ ମସିହାରେ ଅବସ୍ଥାପିତ ହୋଇ ସଫଳତାର ସହ ବିଭିନ୍ନ କାର୍ଯ୍ୟକ୍ରମ ଯଥା ନାରି ସଶକ୍ତିକରଣ, ଏଡ୍ସ ଉପରେ ସଚେତନତା ସୁରକ୍ଷା ସମ୍ବନ୍ଧରେ ସଚେତନତା ଏବଂ ଅନେକ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ବସ୍ତି ଏବଂ ଅନାଥ ଆଶ୍ରମ ପିଲାମାନଙ୍କ ପାଇଁ କରିଆସୁଛି ।

Leave A Reply

Your email address will not be published.