Latest Odisha News

କିଲିଆନ ଏମବାପେ ସବୁଠାରୁ ମୂଲ୍ୟବାନ ଫୁଟବଲ ଖେଳାଳି: ମେସି, ରୋନାଲ୍ଡୋଙ୍କୁ ପଛରେ ପକାଇଲେ

ପ୍ୟାରିସ: ଫ୍ରାନ୍ସ ଫୁଟବଲ କ୍ଲ ପ୍ୟାରିସ ସେଂଟ ଜର୍ମନ ପକ୍ଷରୁ ଖେଳୁଥିବା ୨୧ ବର୍ଷୀୟ କିଲିଆନ ଏମବାପେ ସବୁଠାରୁ ମୂଲ୍ୟବାନ ଖେଳାଳି ହୋଇଛନ୍ତି । ତାଙ୍କର ବ୍ରାଣ୍ଡ ଭାଲ୍ୟୁ ଏବେ ୨୪୯୦ କୋଟି ରହିଛି ଯାହା କି ଲିଓନେଲ ମେସି ଓ କ୍ରିଷ୍ଟିଆନ ରୋନାଲ୍ଡୋଙ୍କଠାରୁ ବହୁତ ଅଧିକ । ଫୁଟବଲ ଅବଜେଭେଟେରୀର ଏହି ରିପୋର୍ଟରେ ବାର୍ସିଲୋନାର ମେସି ୨୨ ଓ ୟୁଭେଂଟସର ରୋନାଲ୍ଡୋ ୭୦ତମ ସ୍ଥାନରେ ରହିଛନ୍ତି ।

ୟୁରୋପର ପ୍ରମୁଖ ୫ଟି ଲିଗ୍ ବୁନ୍ଦେସଲିଗ୍‌, ଇଂଲିଶ ପ୍ରିମିୟର ଲିଗ୍‌, ଲା ଲିଗା, ସିରି ଏ ଓ ଲିଗ ୧ର ଖେଳାଳିଙ୍କୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ମାଂଚେଷ୍ଟର ସିଟିର ରହିମ ଷ୍ଟର୍ଲିଂ (୧୮୬୯ କୋଟି) ଦ୍ୱିତୀୟ ଓ ବୋରୁସିଆ ଡର୍ଟମଣ୍ଡର ଜେଡାନ ସେଂଚୋ (୧୯୨୦) ତୃତୀୟ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.