Latest Odisha News

[ଦେଖନ୍ତୁ ଭିଡିଓ] ୧୦୦ କୋଟି ହରାଇଲେ ଆମୀର୍ ଖାନ

ମୁମ୍ବାଇ: ବକ୍ସ ଅଫିସରେ ସଂଘର୍ଷ କରୁଛି ଆମୀର ଖାନଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ଲାଲ୍ ସିଂହ ଚଡ୍ଡା’ । ଦୀର୍ଘ ୪ ବର୍ଷ ପରେ ଆମୀର ବଡ଼ ପରଦାକୁ ଫେରିଥିବା ବେଳେ ବଡ଼ ଧକ୍କା ଲାଗିଛି । ‘ଲାଲ୍ ସିଂହ ଚଡ୍ଡା’ ରିଲିଜ୍ ପୂର୍ବରୁ ଆରମ୍ଭ ହୋଇଥିବା ବୟକଟ୍ ଟ୍ରେଣ୍ଡ ବକ୍ସ ଅଫିସରେ ପ୍ରଭାବ ପକାଇଛି । ଆମୀର ଖାନଙ୍କ ସବୁଠୁ ଖରାପ ଫିଲ୍ମରେ ସାମିଲ୍ ହୋଇଛି ‘ଲାଲ୍ ସିଂହ ଚଡ୍ଡା’ ।

ରିଲିଜର ସପ୍ତାହ ପରେ ‘ଲାଲ୍ ସିଂହ ଚଡ୍ଡା’ କୌଣସି ପ୍ରକାରେ ୫୦ କୋଟି ଟଙ୍କା ଆୟ କରିଛି । ‘ଲାଲ୍ ସିଂହ ଚଡ୍ଡା’ର ଅନେକ ଶୋ ବାତିଲ୍ ହୋଇଥିବା ବେଳେ ଦର୍ଶକ ଆମୀରଙ୍କ ଫିଲ୍ମ ଦେଖିବାକୁ ଆସୁ ନାହାନ୍ତି । କହିବାକୁ ଗଲେ ଆମୀର ଖାନଙ୍କ ସ୍ୱପ୍ନର ଫିଲ୍ମ ‘ଲାଲ୍ ସିଂହ ଚଡ୍ଡା’ ନିକଟରେ ରୋଜଗାର ପାଇଁ ମାତ୍ର ଦିନ କେଇଟା ଅଛି । କିନ୍ତୁ ବିରୋଧ ଭିତରେ ଫିଲ୍ମ କେତେ ରୋଜଗାର କରିବ ତାହା ବଡ଼ ପ୍ରଶ୍ନ ।

ଅନ୍ୟପଟେ ବିଜୟ ଦେବରକୋଣ୍ଡାଙ୍କ ‘ଲାଇଗର’ ହଲକୁ ଆସିଲେ ‘ଲାଲ୍ ସିଂହ ଚଡ୍ଡା’ର ଖେଳ ସରିଯିବ । ରିପୋର୍ଟ ଅନୁସାରେ, ‘ଲାଲ୍ ସିଂହ ଚଡ୍ଡା’ ଫ୍ଲପ୍ ପାଇଁ ପ୍ରାୟ ୧୦୦ କୋଟି ଟଙ୍କା କ୍ଷତି ସହିବେ ଆମୀର ଖାନ । ଏହାଛଡ଼ା ୨୦୧୮ ଶାହରୁଖ ଖାନଙ୍କ ଫ୍ଲପ୍ ଫିଲ୍ମ ‘ଜିରୋ’ ପରେ ‘ଲାଲ୍ ସିଂହ ଚଡ୍ଡା’ ବଲିଉଡର ଡିଜାଷ୍ଟର ଫିଲ୍ମରେ ସାମିଲ୍ ହୋଇଛି । ଫ୍ଲପ୍ ହୋଇଥିବା ଟପ୍ ୫ ଫିଲ୍ମ ମଧ୍ୟରେ ‘ଲାଲ୍ ସିଂହ ଚଡ୍ଡା’ ନାଁ ସାମିଲ୍ ହୋଇଛି ।

Comments are closed.