Latest Odisha News

BREAKING NEWS

ପୁଣି ଘୁଞ୍ଚିବ ‘ଲାଲ୍‌ ସିଂ ଚଡ୍ଡା’ର ରିଲିଜ ଡେଟ୍‌!

ନୂଆଦିଲ୍ଲୀ: ବଲିଉଡର ମିଷ୍ଟର ପରଫେକସନ୍‌ନିଷ୍ଟ ଅମିର ଖାନ ଏବଂ କରୀନା କପୁର ଖାନଙ୍କ ଅଭିନୀତ ‘ଲାଲ ସିଂ ଚଡ୍ଡା’ ଏପ୍ରିଲ ୧୪ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଥିଲା। ତେବେ, ରିପୋର୍ଟ ଅନୁଯାୟୀ ନିର୍ମାତାମାନେ ପୁନର୍ବାର ରିଲିଜ୍ ତାରିଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଖୁବ୍ ଶୀଘ୍ର ଏହା ବିଷୟରେ ଏକ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇପାରେ।

ଏହି ଫିଲ୍ମଟି ଫେବୃଆରୀ ୧୪ରେ ରିଲିଜ ହେବାକୁ ସ୍ଥିର ହୋଇଥିଲା, ଯାହା ପରେ ରିଲିଡ୍‌ ଡେଟ୍‌ ଘୁଞ୍ଚାଇ ଏପ୍ରିଲ ୧୪କୁ ରଖାଯାଇଥିଲା। ବର୍ତ୍ତମାନ ଶୁଣିବାକୁ ମିଳିିଛି ଯେ ନିର୍ମାତାମାନେ ପୁନର୍ବାର ରିଲିଜ୍ ଡେଟ୍‌ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଅତୀତରେ ଅମୀର ଖାନଙ୍କ କୌଣସି ଫିଲ୍ମ ରିଲିଜ ହୋଇନାହିଁ। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଅମୀର ଖାନଙ୍କ ଏହି ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିରହିଛନ୍ତି।

Comments are closed.