Latest Odisha News

ବିଦ୍ୟୁତ ତାର ସଂସ୍ପର୍ଶରେ ଶ୍ରମିକ ମୃତ

ବଲାଙ୍ଗୀର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗୀର ଜିଲ୍ଲୀ ଡୁଙ୍ଗରିପଡାର ଘଟଣା । ଗଛ କାଟୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ ଶ୍ରମିକ ଜଣଙ୍କ । ମୃତ ଶ୍ରମିକ ଜଣଙ୍କ ହେଲେ କାଲିଝରଣ ଗାଁର କୁମାର ହରପାଳ ।

ଖବର ମୁତାବକ, ଡୁଙ୍ଗରିପଡାର ଜଣେ ଡାକ୍ତରଙ୍କ ଘରେ ଗତକାଲି କୁମାର ଗଛ କାଟୁଥିଲେ । ଏହି ସମୟରେ ନିକଟରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ କୁମାର ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରୁଛି ।

Leave A Reply

Your email address will not be published.