Latest Odisha News

BREAKING NEWS

ପାରାଦୀପ ପୋର୍ଟ ଫାଟକ ଆଗରେ ଉତ୍ତେଜନା: ଶ୍ରମିକଙ୍କ ମୃତଦେହ ରଖି ଧାରଣା

ପାରାଦୀପ: ପାରାଦୀପ ପୋର୍ଟ ଫାଟକ ସମ୍ମୁଖରେ ଉତ୍ତେଜନା। ଗତକାଲିଠୁ ପାରାଦୀପ ପୋର୍ଟ ୩ ନମ୍ବର ଫାଟକ ସମ୍ମୁଖରେ ଶ୍ରମିକଙ୍କ ମୃତଦେହ ରଖି ଧାରଣା ଜାରି ରହିଛି। ମୃତକଙ୍କ ପରିବାର ଲୋକ, ସମ୍ପର୍କୀୟ ଓ ସାଥି ଶ୍ରମିକ ମାନେ ଏଥିରେ ସାମିଲ ରହିଥିବା ଦେଖିବାକୁ ମିଳିଛି।

୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ଏବଂ ପରିବାରର ଜଣଙ୍କୁ ଚାକିରି ଦେବା ଦାବିରେ ଏହି ଆନ୍ଦୋଳନ ଜାରି ରହିଛି। ମୃତ ଶ୍ରମିକ ସତ୍ୟ ଦଳାଇଙ୍କ ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଞ୍ଚଳରେ ହୋଇଥିବା ଜଣାପଡିଛି।

ପାରାଦୀପ ପୋର୍ଟରେ ସେ ଏକ ଠିକା କମ୍ପାନୀରେ କାମ କରୁଥିଲେ। ଗତ ରବିବାର ଦିନ ପାରାଦୀପ ପୋର୍ଟ ଭିତରେ ୱାଗନ୍ ଧକ୍କାରେ ଗୁରୁତର ହୋଇଥିଲେ। ତେବେ ଚିକିତ୍ସିତ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିଲା। ପରେ ମୃତଦେହ ରଖି ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରୋକ କରିଛନ୍ତି।

Comments are closed.