Latest Odisha News

BREAKING NEWS

ବିଜେପିରେ ମିଶିଲେ ଓଡିଶା ଅର୍ଥ ସେବାର ଅବସରପ୍ରାପ୍ତ ପ୍ରଶାସକ ଦିଲ୍ଲୀପ କୁମାର ମହାପାତ୍ର

ଭୁବନେଶ୍ୱର : ବିଜେପିରେ ସାମିଲ ହେଲେ ଓଡିଶା ଅର୍ଥ ସେବାର ଅବସରପ୍ରାପ୍ତ ପ୍ରଶାସକ ଦିଲ୍ଲୀପ କୁମାର ମହାପାତ୍ର । ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ ରାଜ୍ୟ ଅର୍ଥ ସେବାର ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର । ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।

ଶ୍ରୀ ମହାପାତ୍ର ଓଡିଶାର ଅର୍ଥ ବିଭାଗର ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ନିଜ ଦାୟିତ୍ୱକୁ ସୂଚାର ରୂପେ ପାଳନ କରିଛନ୍ତି । ଗତବର୍ଷ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିବା ପରେ ଶ୍ରୀ ମହାପାତ୍ର ବର୍ତ୍ତମାନ ଆଇନଜୀବୀ ଭାବେ କାର୍ଯ୍ୟରତ । ରାଜ୍ୟ ସଭାପତି ସମୀର ମହାନ୍ତି ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ଶ୍ରୀ ମହାପାତ୍ରଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।

ରାଷ୍ଟ୍ରବାଦ ଓ ରାଷ୍ଟ୍ରବାଦୀ ବିଚାର ପ୍ରତି ଆକୃଷ୍ଟ ହୋଇ ଶ୍ରୀ ମହାପାତ୍ର ବିଜେପିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ।ଏହି ମିଶ୍ରଣ ପର୍ବରେ ଅବସରରେ ବୁଦ୍ଧିଜୀବି ପ୍ରକୋଷ୍ଠ ସଂଯୋଜକ ତଥା ବରିଷ୍ଠ ନେତା ସଜ୍ଜନ ଶର୍ମା ,ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ , ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମୀରେଖା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.