Latest Odisha News

BREAKING NEWS

ମହିଳାଙ୍କୁ ଅନଲାଇନରେ ମିଳିଲେ ପ୍ରେମିକ, ପ୍ରତି ମାସରେ ୬୦ ହଜାର ଟଙ୍କା ପାଉଛନ୍ତି ପକେଟ ମନି

ବିଟ୍ରେନ: ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ ସମ୍ମାନ ଓ ବିଶ୍ୱାସରେ ଚାଲିଥାଏ । ଯଦି ଏହି ଦୁଇଟି ମଧ୍ୟରୁ ଗୋଟିଏ ସମ୍ପର୍କରୁ ଦୂରେଇ ଯାଏ, ତେବେ ଉଭୟଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥାଏ । ପାରସ୍ପରିକ ବିଚ୍ଛିନ୍ନତା ବଢିଯାଏ ଏବଂ ବ୍ୟକ୍ତି ନିଜ ସାଥୀକୁ ଠକିବାକୁ ମଧ୍ୟ ପ୍ରସ୍ତୁତ ହୁଏ । କିନ୍ତୁ ବ୍ରିଟେନର ଜଣେ ମହିଳା ନିଜ ସ୍ୱାମୀଙ୍କୁ ପ୍ରତାରଣା କରି ଏବେ ପ୍ରେମିକ ଟଙ୍କାରେ ଜୀବନକୁ ଉପଭୋଗ କରୁଛନ୍ତି ।

BjdElectrycity

ଜେନିଫର୍ ନାମକ ଜଣେ ୪୨ ବର୍ଷୀୟା ମହିଳା ବିଟ୍ରେନରେ ରୁହନ୍ତି । ବିବାହର କିଛିବର୍ଷ ପର୍ଯ୍ୟନ୍ତ ସ୍ୱାମୀଙ୍କ ସହ ଜେନିଫର୍ ଖୁସିରେ ଦିନ କାଟିଲେ । କିନ୍ତୁ ହଠାତ୍ ଦିନେ ସେ ଅନୁଭବ କଲେ ଯେ ତାଙ୍କ ଜୀବନ କେତେ ବିରକ୍ତ ହୋଇଗଲାଣି । ତାଙ୍କ ଖର୍ଚ୍ଚ ପୂରଣ କରିବା ପାଇଁ ତାଙ୍କ ପାଖରେ ମଧ୍ୟ ପର୍ଯ୍ୟାପ୍ତ ଅର୍ଥ ନାହିଁ । ତା’ପରେ ସେ ତାଙ୍କ ସ୍ୱାମୀଙ୍କୁ ପ୍ରତାରଣା କରିବାକୁ ଯୋଜନା କଲେ । ସେ ଇଲିିସିଟି ନାମକ ଏକ ୱେବସାଇଟରେ ପ୍ରେମିକ ଖୋଜିବା ଆରମ୍ଭ କଲେ । ଏହି ୱେବସାଇଟ୍ କେବଳ ବିବାହିତ ଲୋକମାନଙ୍କ ପାଇଁ ଏକ ପ୍ରେମ ସମ୍ପର୍କ ଲାଗି ସୃଷ୍ଟି ହୋଇଛି । ଏଠାରେ ବିବାହିତ ଲୋକମାନେ କେବଳ ଏକ ସମ୍ପର୍କ ରଖିବା ପାଇଁ ସାଥୀଟିଏ ଖୋଜନ୍ତି । ଜେନିଫର୍ ମଧ୍ୟ ତାହା କରିଥିଲେ । ସ୍ୱାମୀଙ୍କ ଅଜାଣତରେ ଏକ ପ୍ରେମିକ ବାଛିଲେ । ଜେନିଫର୍ ପ୍ରଥମେ ଜୁଆ ଖେଳି ଟଙ୍କା ରୋଜଗାର କରିବାକୁ ଚିନ୍ତା କରିଥିଲେ । କିନ୍ତୁ ପରେ ସେ ଅନୁଭବ କଲେ ଯେ ଏହା ଏକ ବିପଦପୂର୍ଣ୍ଣ କାମ । ତେଣୁ ସେ ଏକ ପ୍ରେମିକ ବାଛିବାକୁ ସ୍ଥିର କଲେ ।

ଜେନିଫର କହିଛନ୍ତି ଯେ, ସେ ନିଜ ଜୀବନକୁ ଉପଭୋଗ କରିବାକୁ ତାଙ୍କ ପ୍ରେମିକ ଏବେ ତାଙ୍କୁ ପ୍ରତି ମାସରେ ପକେଟ ମନି ଦେଉଛନ୍ତି । ତାହା ପୁଣି ମାସକୁ ୬୦ ହଜାର ଟଙ୍କା । ସେହି ଟଙ୍କାରେ ସେ ସପିଂ କରିବା ସହ ପାର୍ଲର ଯାଇଥାନ୍ତି । ଏବେ ବି ତାଙ୍କ ସ୍ୱାମୀ ଏ ସମ୍ପର୍କରେ ଜାଣିନାହାନ୍ତି । କିନ୍ତୁ ସନ୍ଦେହ କରୁଛନ୍ତି ଜେନିଫର୍ କେଉଁଠାରୁ ଏତେ ଟଙ୍କା ପାଉଛନ୍ତି ଯେ ସେ ଏତେ ଜିନିଷ କିଣୁଛନ୍ତି ।

Leave A Reply

Your email address will not be published.