Latest Odisha News

BREAKING NEWS

ରାଜସ୍ଥାନ ବିପକ୍ଷରେ ବାଙ୍ଗାଲୋରର ବୃହତ ବିଜୟ

ଜୟପୁର: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୧୨ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୨୦ ଓଭରରେ ୫ ୱିକେଟ ହରାଇ ୧୭୧ ରନ କରିଥିଲା । ଫାପ ଡୁପ୍ଲେସି ୫୫ ଓ ଗ୍ଲେନ ମ୍ୟାକ୍ସୱେଲ ୫୪ ରନ କରିଥିଲେ । ବିରାଟ କୋହଲି ୧୮ ଏବଂ ଅନୁଜ ରାୱତ ଶେଷ ଭାଗରେ ଦ୍ରୁତ ୨୯ ରନ ସଂଗ୍ରହ କରିଥିଲେ । ଆଡାମ ଜାମ୍ପା ଓ କେଏମ ଅସିଫ ୨ଟି ଲେଖାଁଏ ୱିକେଟ ନେଇଥିଲେ । ଜବାବରେ ରାଜସ୍ଥାନ ରୟାଲ୍ସ ୧୦.୩ ଓଭରରେ ୫୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଶିମ୍ରେନ ହେଟମେୟର ୩୫ ଓ ଜୋ ରୁଟ ୧୦ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ୱେନ ପାର୍ଣ୍ଣେଲ ୩ଟି ଏବଂ ମାଇକେଲ ବ୍ରେସୱେଲ ଓ କର୍ଣ୍ଣ ଶର୍ମା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

ବାଙ୍ଗାଲୋର ୧୨ଟି ମ୍ୟାଚରେ ୧୨ ପଂଏଟ ହାସଲ କରି ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବିତ ରଖିଛି । ରାଜସ୍ଥାନ ୧୩ ମ୍ୟାଚରୁୂ ୧୨ ପଂଏଟ ହାସଲ କରିଛି । ଅପରପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ, କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ଏକ ପ୍ରକାର ପ୍ଲେ ଅଫ ଦୌଡରୁ ବାଦ ପଡି ସାରିଛନ୍ତି । ପ୍ରଭାବୀ ପ୍ରଦର୍ଶନ ପାଇଁ ପାର୍ଣ୍ଣେଲ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.