Latest Odisha News

BREAKING NEWS

ମହିଳା ପିଇଓ ମୃତ୍ୟୁ ଘଟଣା: ଆରଆଇ ନିଲମ୍ବିତ, ଅତିରିକ୍ତ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ବିରୋଧିମାନେ ହରିଦାସପୁର ମହିଳା ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ନେଇ ବାରମ୍ବାର ଗୃହରେ ହଙ୍ଗାମା କରୁଥିବା ବେଳେ ରାଜ୍ୟ ସରକାର ଆରୁହାଁ ରାଜସ୍ୱ ଇନ୍ସପେକ୍ଟର (ଆରଆଇ)ଙ୍କୁ ନିଲମ୍ବିତ କରିବା ସହ ଧର୍ମଶାଳା ଅତିରିକ୍ତ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଦାୟିତ୍ୱରେ ଅବହେଳା କରିବା ଅଭିଯୋଗରେ ଆରଆଇ କ୍ଷୀରାବ୍ଧୀ ତନୟା ପଣ୍ଡାଙ୍କୁ ନିଲମ୍ବିତ କରାଯାଇଛି । ଆହୁରି ମଧ୍ୟ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ, ସେନେଇ ୨୪ ଘଣ୍ଟା ମଧ୍ୟରେ ଲିଖିତ ଉତ୍ତର ରଖିବା ପାଇଁ ଗୁରୁବାର ଦିନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏକ ନୋଟିସ୍ ଜାରି କରି କହିଛନ୍ତି ।

ଆହୁରି ମଧ୍ୟ ସ୍ଥାନୀୟ ତହସିଲଦାର୍ ସରକାରୀ ଜମି ଉପରେ ନିର୍ମିତ ଗେଷ୍ଟହାଉସକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ସମ୍ପୃକ୍ତ ଆରଆଇ ୨୦୧୮ ମସିହା ୨୬ ମାର୍ଚ୍ଚରେ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ । ଉକ୍ତ ରିପୋର୍ଟରେ ଗେଷ୍ଟହାଉସକୁ ଖାଲି କରିଦିଆଯାଇଛି ଏବଂ ଏହି ମାମଲାକୁ ବନ୍ଦ କରିବାକୁ ସୁପାରିଶ କରାଯାଉଥିବା ନେଇ ଉଲ୍ଲେଖ କରାଯାଇଥିଲା । ସେହି ରିପୋର୍ଟକୁ ଆଧାର କରି ଅତିରିକ୍ତ ତହସିଲଦାର୍ ୨୦୧୮ ମସିହା ମାର୍ଚ୍ଚ ୩୧ ତାରିଖରେ ଉକ୍ତ ମାମଲାର ଫଏସଲା କରିଥିଲେ ।

Leave A Reply

Your email address will not be published.