Latest Odisha News

BREAKING NEWS

ଗଞ୍ଜାମରେ ଯୁବକଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ୍ ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ମୃତକ ଜଣକ ସ୍ଥାନୀୟ ରାମଚନ୍ଦ୍ରପୁର ଗ୍ରାମର ଶଙ୍କର ପାହାନ ।

ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଶଙ୍କର ନିକଟସ୍ଥ ପେଟ୍ରୋଲ୍ ପମ୍ପକୁ ତେଲ ପକାଇବା ପାଇଁ ଆସିଥିଲେ । ପରେ ତେଲ ପକାଇ ସାରି ଘରକୁ ଫେରୁଥିବା ବେଳେ ପାଖାପାଖି ୨ରୁ ୩ ଜଣ ଦୁବୃର୍ତ୍ତ ଅଚାନକ ତାଙ୍କ ଗାଡିକୁ ଅଟକାଇ ଦେଇଥିଲେ । ଏହାପରେ ଏକ କାଠ ଫାଳିଆ ଓ ପଥରରେ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଖବର ପାଇ ସ୍ଥାନୀୟ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାରିପାଶ୍ୱିକ ସ୍ଥିତି ପରଖିବା ସହ ତଦନ୍ତ ଜାରି କରିଛି ।

Leave A Reply

Your email address will not be published.