Latest Odisha News

ବର୍ଷାରେ ଭିଜି ଡ଼୍ରେନ ସଫା କଲେ ମହିଳା ପୋଲିସ, ମିଳିଲା ଢେର ପ୍ରଶଂସା

ହାଇଦ୍ରାବାଦ: ଯେଉଁମାନେ ପ୍ରକୃତରେ ଦେଶର କଲ୍ୟାଣ ଚାହାଁନ୍ତି, ସେମାନେ ନିଜର ବ୍ୟକ୍ତିଗତ କାର୍ଯ୍ୟକୁ ଅଣଦେବା କରନ୍ତି । ସେମାନେ ଏପରି କିଛି କାର୍ଯ୍ୟ କରନ୍ତି ଯାହା ଅନ୍ୟମାନଙ୍କ ଦୃଷ୍ଟିକୋଣ ବାହାରେ, କାରଣ ସେମାନେ ଦେଶ ପାଇଁ ଚିନ୍ତିତ । ଏହିପରି ଲୋକଙ୍କୁ ବହୁତ କ୍ୱଚିତ୍ ଦେଖିବାକୁ ମିଳେ । ନିକଟରେ ହାଇଦ୍ରାବାଦର ଜଣେ ମହିଳା ପୋଲିସ ଏପରି କିଛି କରି ଚର୍ଚ୍ଚାକୁ ଆସିଛନ୍ତି । ଏହି ମହିଳା ପୋଲିସଙ୍କ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

BjdElectrycity

ହାଇଦ୍ରାବାଦ ଟ୍ରାଫିକ ପୋଲିସ ନିକଟରେ ତାର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛି, ଯାହାକୁ ଦେଖି ଲୋକେ ଖୁବ୍ ପ୍ରଶଂସା କରିଛନ୍ତି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ହାଇଦ୍ରାବାଦ ସହରରେ ପ୍ରବଳ ବର୍ଷା ହେଉଛି । ରାସ୍ତାରେ ବର୍ଷା ପାଣି ଲହଡ଼ି ମାରୁଛି । ଡ୍ରେନରୁ ଅଳିଆ ଆବର୍ଜନା ଆସି ରାସ୍ତାରେ ଭାସୁଛି । ବର୍ଷା ପାଣି ନିଷ୍କାସନ ହୋଇପାରୁନାହିଁ । ଫଳରେ ଯାନବାହନ ଚଳାଚଳରେ ବାଧାପ୍ରାପ୍ତ ହେବା ସହ ଟ୍ରାଫିକ୍ ସମସ୍ୟା ଉପୁଜୁଛି । ଟୋଲିଚୋକି ଫ୍ଲାଏ ଓଭର ନିକଟରେ ବର୍ଷା ପାଣି ଧୀରେ ଧୀରେ ବଢିବାକୁ ଲାଗୁଛି । ଏହି ସମୟରେ ଦକ୍ଷିଣ -ପଶ୍ଚିମ ଜୋନର ଏସିପି ଡ଼ି. ଧନଲକ୍ଷ୍ମୀ କୌଣସି ଉପାୟ ନ ପାଇ ନିଜେ ବର୍ଷାରେ ଓଦା ହୋଇ ଡ୍ରେନରେ ଜମା ହୋଇଥିବା ଅଳିଆ ଆବର୍ଜନାକୁ ହାତରେ ସଫା କରୁଛନ୍ତିି । ଏହି କାର୍ଯ୍ୟରେ ତାଙ୍କୁ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ସାହାଯ୍ୟ କରୁଛନ୍ତି । ତୁରନ୍ତ ବର୍ଷା ପାଣି ନିଷ୍କାସନ ହୋଇଯାଇଛି ।

ଏହି ଭିଡିଓକୁ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ଏହି ମହିଳା ପୋଲିସଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.