Latest Odisha News

BREAKING NEWS

ଅକ୍ଷୟ, ସୁନୀଲ ଅଭିନୀତ ଧଡକନର ସୀକ୍ୱେଲ ଖୁବ ଶୀଘ୍ର

ମୁମ୍ବାଇ: ୨୦୦୦ରେ ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ ଓ ଶିଳ୍ପା ଶେଟ୍ଟୀଙ୍କ ଅଭିନୀତ ରୋମାଂଟିକ ଡ୍ରାମା ଧଡକନ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଫିଲ୍ମର ଗୀତ ଏବଂ କଳାକାରଙ୍କ ଜୀବନ୍ତ ଅଭିନୟ ଏବେ ବି ଫିଲ୍ମକୁ ସ୍ମରଣୀୟ କରି ରଖିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ମେକର୍ସ ଏହାର ସୀକ୍ୱେଲ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ନିର୍ଦ୍ଦେଶକ ଧର୍ମେଶ ଦର୍ଶନଙ୍କ କହିବା ଅନୁସାରେ ନିର୍ମାତା ରତନ ଜୈନ ଧଡକନ ୨ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି । ତେବେ ମୁଁ ଏହାର ସିକ୍ୱେଲ ସପକ୍ଷରେ ନାହିଁ । ଏହା କୌଣସି ଆକ୍ସନ କିମ୍ବା କମିକ ଫିଲ୍ମ ନ ଥିଲା ଯେ, ତାର ସୀକ୍ୱେଲ କରାଯବ ।

ଗଦର ୨ର ସଫଳତା ପରେ ଏବେ ସେ ସମୟର ନିର୍ମାତାମାନେ ସେମାନଙ୍କ ଚର୍ଚ୍ଚିତ ଫିଲ୍ମର ସିକ୍ୱେଲ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି । ନିର୍ମାତା ବାରମ୍ବାର ଚାପ ପକାଇବା ପରେ ଏବେ ମୁଁ ଏହାର ସ୍କ୍ରିପ୍ଟ ଉପରେ କାମ ଆରମ୍ଭ କରିଛି । ଏହା ଶେଷ ହେବା ପରେ କଳାକାର ଚୟନ ନେଇ ବିଚାର କରାଯିବ ବୋଲି ସେ କହିଛନ୍ତି । ତେବେ ଏହା କେତେଦୂର ହିଟ ହେବ ତାହା ସମୟ କହିବ । ଏବେକାର ଦର୍ଶକଙ୍କୁ ଆଖି ଆଗରେ ରଖି ସ୍କ୍ରିପ୍ଟ ଲେଖିବା ଏତେ ସହଜ ନୁହେଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.