Latest Odisha News

BREAKING NEWS

ସୁନ୍ଦର ଦେଖାଯିବା ପାଇଁ ଘର ବିକି ପ୍ଲାଷ୍ଟିକ ସର୍ଜରି କଲେ ମହିଳା

ଫୋଇନିକ୍ସ: ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ । ସେଥିଲାଗି ଅନେକେ ପାଣି ପରି ଟଙ୍କା ଖର୍ଚ୍ଚ କରିଥାନ୍ତି । ପାର୍ଲର ଯିବା ସହ ବଜାରରେ ମିଳୁଥିବା ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ନିକଟରେ ଜଣେ ୫୦ ବର୍ଷୀୟା ମହିଳା ସବୁଦିନ ପାଇଁ ଚୀରଯୌବନ ଦେଖାଯିବାକୁ ନିଜ ଘର ବିକି ପ୍ଲାଷ୍ଟିକ୍ ସର୍ଜରୀ କରିଥିବା ଜଣାପଡ଼ିଛି । ଏହା ଶୁଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛି । ଏହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏରିଜୋନାର ବାସିନ୍ଦା କେଲି ବେସ୍ଲି । ସେ ନିଜ ଚେହେରାକୁ ସବୁବେଳେ ସୁନ୍ଦର କରିବାକୁ ଚାହାଁନ୍ତି । ସେଥିଲାଗି ସେ ନିୟମିତ ପାର୍ଲର ଯିବା ସହ ବଜାରରେ ମିଳୁଥିବା ସାମଗ୍ରୀ ବ୍ୟବହାର କରିଥାନ୍ତି । ଏମିତି କି ୧୫ ବର୍ଷ ବୟସରୁ ଇଞ୍ଜେକ୍ସନ ନେବା ଆରମ୍ଭ କରିଥିଲେ, ଯାହା ଫଳରେ ତାଙ୍କ ଚେହେରାର ସୁନ୍ଦରତା ବଜାୟ ରହିବ । ସେଥିରେ ସେ ସନ୍ତୁଷ୍ଟ ନ ହେବାରୁ ପ୍ଲାଷ୍ଟିକ ସର୍ଜରି କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ୧୧ ଲକ୍ଷ ଟଙ୍କାର ଆବଶ୍ୟକ ପଡ଼ିଲା । ଏତେ ଟଙ୍କା କୁଆଡ଼ୁ ଆଣିବେ ସେ ନେଇ ଚିନ୍ତିତ ହୋଇପଡ଼ିଲେ । ସୁନ୍ଦରୀ ହେବା ନିଶା ଏମିତି ଘାରିଲା ଯେ, ଶେଷରେ ନିଜ ଘର ବିକ୍ରି କରିବାକୁ ନିଷ୍ପତ୍ତି ନେଲେ । ପରେ ୩ଟି ବେଡରୁମ୍ ଥିବା ଘରକୁ ବିକ୍ରି ମଧ୍ୟ କରିଦେଲେ ।

କେଲି କହିଛନ୍ତି ଯେ, ପ୍ଲାଷ୍ଟିକ୍ ସର୍ଜରି କରିବା ପରେ ମୋତେ ଏକ ସୁନ୍ଦର ଚେହେରା ମିଳିଗଲା । ତେବେ ସେ ପ୍ଲାଷ୍ଟିକ ସର୍ଜରି ଆବଶ୍ୟକ କହିବା ସହ ତାକୁ ନେଇ ଲୋକେ ଗର୍ବ କରନ୍ତୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.