Latest Odisha News

BREAKING NEWS

ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩

ବେଙ୍ଗଳୁରୁ: ଚନ୍ଦ୍ରଯାନ-୩ରେ ଇସ୍ରୋକୁ ଏକ ସଫଳତା ମିଳିଛି । ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଛି । ଏବେ ଚନ୍ଦ୍ରଯାନ-୩ ଜହ୍ନ ଚାରିପାଖେ ୧୬୬ କିଲୋମିଟର X ୧୮୦୫୪ କିଲୋମିଟରର ଅଣ୍ଡାକାର ଚକ୍କର ଲଗାଇବ । ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷପଥରେ ରହିବା ଲାଗି ଇସ୍ରୋ ୨୦ରୁ ୨୫ ମିନିଟ୍ ଧରି ଥ୍ରଟ୍ସକୁ ଅନ୍ ରଖିଥିଲା ।

ଚନ୍ଦ୍ର କକ୍ଷପଥରେ ୫ ଘେରା ବୁଲିବ ଚନ୍ଦ୍ରଯାନ-୩ । ଆଜି ପରେ ଅଗଷ୍ଟ ୬ରେ ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷପଥରେ ୧୦ରୁ ୧୨ ହଜାର କିଲୋମିଟର କକ୍ଷପଥକୁ ଆସିବ । ଅଗଷ୍ଟ ୯ ବେଳକୁ ୪ରୁ ୫ ହଜାର କିଲୋମିଟର କକ୍ଷପଥରେ ରହିବ ଚନ୍ଦ୍ରଯାନ-୩ ।

୧୪ ଅଗଷ୍ଟ ମଧ୍ୟାହ୍ନରେ ଦୂରତାକୁ ହ୍ରାସ କରାଯାଇ ୧ ହଜାର କିଲୋମିଟର ରଖାଯିବ । ପଞ୍ଚମ କକ୍ଷପଥରେ ୧୦୦ କିଲୋମଟର ଦୂରରେ ରଖାଯିବ । ଅଗଷ୍ଟ ୧୭ରେ ପ୍ରୋପଲ୍ସନ୍ ମଡ୍ୟୁଲ୍ ଓ ଲ୍ୟାଣ୍ଡର ମଡ୍ୟୁଲ୍ ଅଲଗା ହେବ । ୧୮ରୁ ୨୦ ଅଗଷ୍ଟ ମଧ୍ୟରେ ଦୂରତା ଆହୁରି ହ୍ରାସ କରାଯିବ । ଲ୍ୟାଣ୍ଡର ମଡ୍ୟୁଲ୍ ୧୦୦ X ୩୫ କିଲୋମିଟର କକ୍ଷପଥରେ ରହିବ । ୨୩ ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଅବତରଣ କରିବ ।

Leave A Reply

Your email address will not be published.