Latest Odisha News

BREAKING NEWS

ଚର୍ମ ରୋଗ ପାଇଁ ବିଗିଡ଼ିଲା ଅଦାଙ୍କ ସ୍ୱାସ୍ଥ୍ୟାବସ୍ଥା, ସୋସିଆଲ ମିଡିଆରେ କଲେ ସେୟାର

ମୁମ୍ବାଇ : ଅଭିନେତ୍ରୀ ଅଦା ଶର୍ମା ନିଜ ଅଭିନୟ ପାଇଁ ବେଶ୍ ଜଣାଶୁଣା । ବିବାଦୀୟ ଫିଲ୍ମ ‘ ଦ କେରଳ ଷ୍ଟୋରୀ’ ରିଲିଜ୍ ପରେ ଅଦାଙ୍କ ଲୋକପ୍ରିୟତା ବଢିଛି । ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏବେ ଚର୍ମ ରୋଗ ଯୋଗୁ ଅଦାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗଡ଼ି ଯାଇଛି । ତେଣୁ ସେ ଅଭିନୟରୁ ବିରତି ନେବେ ବୋଲି ଜଣାପଡ଼ିଛି । ତାଙ୍କ ଅସୁସ୍ଥତା ନେଇ ଅଦା ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

କିଛି ଦିନ ତଳେ ସେ ଅସୁସ୍ଥ ହୋଇପଡ଼ିବାରୁ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ସେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ କିଛି ଫଟୋ ସେୟାର କରିଛନ୍ତି ,ଯେଉଁଥିରେ ତାଙ୍କ ହାତରେ କିଛି ଫଳି ଯାଇଥିବା ଦେଖିବାକୁ ମିଳିଛି । ତାଙ୍କୁ ଏକ ପ୍ରକାରର ଚର୍ମ ରୋଗ ହୋଇଛି ବୋଲି ଅଦା ଜଣାଇଛନ୍ତି । ଆୟୁର୍ବେଦିକ ଚିକିତ୍ସା କରିବାକୁ ଯାଉଛନ୍ତି । ଔଷଧ ଯୋଗୁ ଆଲର୍ଜି ହୋଇଥିବା ସେ କହିଛନ୍ତି । ହେଲେ ମୁଁ ମୋର ଚିକିତ୍ସା ପାଇଁ କିଛି ଦିନ ବିରତି ନେବି ଏବଂ ପୂରା ସୁସ୍ଥ ହୋଇ ଫେରିବି ।

Leave A Reply

Your email address will not be published.