Latest Odisha News

BREAKING NEWS

ସାମ୍ବାଦିକାଙ୍କୁ ଅସଦାଚରଣ ଅଭିଯୋଗରେ ବନ୍ଧା ହେଲେ ମହିଳା ଏସ୍ଆଇ

ଭୁବନେଶ୍ୱର: ସାମ୍ବାଦିକାଙ୍କୁ ଅସଦାଚରଣ ଅଭିଯୋଗରେ ଭଦ୍ରକରେ ଜଣେ ମହିଳା ଏସ୍ଆଇ ଗିରଫ ହୋଇଛନ୍ତି । ଭଦ୍ରକ ସିଟି ଡିଏସପି ଅଂଶୁମାନ ଦ୍ୱିବେଦୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ଏକ ୱେବ ଚ୍ୟାନେଲର ସାମ୍ବାଦିକା ଅସଦାଚରଣ ନେଇ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଅନୁସାରେ, ଚୁଡ଼ାମଣି ମେରାଇନ୍ ପୋଲିସ ଥାନାରେ କାର୍ଯ୍ୟରତ ଏସ୍ଆଇ ତପସ୍ୱିନୀ ମହାପାତ୍ର ସାମ୍ବାଦିକା ଜଣଙ୍କୁ ସମଲିଙ୍ଗୀ ବିବାହ ପ୍ରସ୍ତାବ ଯୌନ ଶୋଷଣ କରିଛନ୍ତି । ଏନେଇ ଏତଲା ଅନୁସାରେ ପୋଲିସ ମାମଲା ରୁଜୁ କରିଥିଲା ।

ତଦନ୍ତ ପରେ ଅଭିଯୋଗକାରିଣୀଙ୍କ ଡାକ୍ତରୀ ମାଇନା କରାଯାଇଛି । ମାମଲାରେ ଏସ୍ଆଇ ତପସ୍ୱିନୀ ମହାପାତ୍ରଙ୍କୁ ଗିରଫ କରାଯାଇ ସ୍ଥାନୀୟ କୋର୍ଟରେ ହାଜର କରାଯିବା ସହ ଚାକିରିରୁ ନିଲମ୍ବିତ କରାଯାଇଥିବା କହିଛନ୍ତି ସିଟି ଡିଏସପି ।

Leave A Reply

Your email address will not be published.