Latest Odisha News

BREAKING NEWS

ଧଳା ସୁଟ୍ ସହ ଫେସ୍ ମାସ୍କରେ ନଜର ଆସିଲେ ଅଭିନେତ୍ରୀ

ମୁମ୍ବାଇ: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସାମନ୍ତ ରୁଥୁ ପ୍ରଭୁ ଏବେ ବେଶ୍ ଚର୍ଚ୍ଚାରେ । ବର୍ତ୍ତମାନ ସେ ତାଙ୍କର ଆଗାମୀ ଫିଲ୍ମ୍ର ‘ଶକୁନ୍ତଲାମ\’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ସାମନ୍ତ ସୋସିଆଲ ମିଡିଆରେ ଏକ ଫଟୋ ଓ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି । ଏହି ଲୁକ୍‌କୁ ବି ଲୋକେ ବହୁତ ପସନ୍ଦ କରୁଛନ୍ତି ।

BjdElectrycity

ଫଟୋରେ ଦେଖିବାକୁ ମିଳିଛି ଯେ, ଅଭିନେତ୍ରୀ ଜଣକ ଏକ ଧଳା ସୁଟ ପିନ୍ଧି କାର ଭିତରେ ଧ୍ୟାନ କରୁଥିବା ଦେଖିବାକୁ ମିଳିଛି । ହାତରେ ଏକ ର୍ରୁଦାକ୍ଷ ମାଳି ଧରି ଜପ କରୁଥିବା ମଧ୍ୟ ଦୃଶ୍ୟମାନ ହୋଇଛି । ଏଥିସହିତ ମୁହଁରେ ଏକ ରୂପା ସିଟ୍ ମାସ୍କ ବି ପରିନ୍ଧାନ କରିଛନ୍ତି । ଏହି ଫଟୋଟି ଅତ୍ୟନ୍ତ ଆକର୍ଷଣୀୟ ହୋଇଛି, ଯାହାକୁ ଲୋକେ ବେଶ୍ ପସନ୍ଦ କରିଛନ୍ତି । ଏହି ଫଟୋ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ରଖିଛନ୍ତି । ଅଭିନେତ୍ରୀ ଜଣକ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମୁହଁରେ କିଛି ଲଗାଇଛନ୍ତି ବୋଲି ଅନେକ କହିଛନ୍ତି ।

ଫିଲ୍ମ ଶକୁନ୍ତଲାମରେ ସାମନ୍ତ ନଜର ଆସିବେ । ଏହି ଚଳଚ୍ଚିତ୍ରଟି କାଳି ଦାସଙ୍କ ଏକ ଲୋକପ୍ରିୟ ଭାରତୀୟ ନାଟକ \’ଶକୁନ୍ତଳା\’ ଉପରେ ଆଧାରିତ । ଏହି ଫିଲ୍ମଟି ଏପ୍ରିଲ ୧୪ ତାରିଖରେ ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି ।

Leave A Reply

Your email address will not be published.