ବଲାଙ୍ଗିର: ବିଷ ପିଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପୁଲିସ ଏସଆଇ ନିଖୋଜ ହୋଇଯାଇଛନ୍ତି । ହସ୍ପିଟାଲରୁ କୁଆଡେ ନିଖୋଜ ହାଇଯାଇଥିବା ଜଣାଯାଇଛି । ସେ ହସ୍ପିଟାଲରେ ନ ଥିବା ବଲାଙ୍ଗୀର ମେଡିକାଲ କଲେଜ ସୁପରିଟେଣ୍ଡେଂଟ୍ ସଚଳା ବାଗ କହିଛନ୍ତି ।
ପୋଲିସ ଏସଆଇ କାଜଲ ବାଗ ଦୁଇ ଦିନ ତଳେ ନିଜ ଭଡା ଘରେ ବିଷ ପିଇ ଦେଇଥିଲେ କାଜଲ ବାଗ ।ଗୁରତର ଅବସ୍ଥାରେ ତାଙ୍କୁ ପ୍ରଥମେ ସଇଁତଳା ହସପିଟାଲ ଏବଂ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରୁ ସେ ଫେରାର ହୋଇ ଯାଇଥିବା ଜଣାଯାଇଛି ।
କାଜଲ ବାଗ ବିଷପିଇବା ପୂର୍ବରୁ କାହାସହ ଫୋନରେ ପାଟିତୁଣ୍ଡ କରିଥିଲେ । ଏହାପରେ ସେ ମଶାମରା ତେଲ ପିଇ ଦେଇଥିଲେ। କିଛି ପୋଲିସ କର୍ମଚାରୀ ତାଙ୍କୁ ଦେଖି ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ । ତେବେ କାଜଲ ପ୍ରେମରେ ପ୍ରତାରିତା ହେବା ପରେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି । ପୁରୁଷ ବନ୍ଧୁଙ୍କ ସହ ଝଗଡା ହେବା ପରେ ସେ କୁଆଡେ ଏପରି ଚରମ ପଦକ୍ଷେପ ନେଇଛନ୍ତି ।
ଏବେ ଏସଆଇ ଡାକ୍ତରଖାନାରୁ କୁଆଡେ ଗଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯଦି ଆଜି ସନ୍ଧ୍ୟା ସୁଦ୍ଧା ଏସଆଇ ମେଡିକାଲ ନଫେରନ୍ତି ତେବେ ପୁଲିସ ନିକଟରେ ଅଭିଯୋଗ କରାଯିବ ବୋଲି କହିଛନ୍ତି କଲେଜ ସୁପରିଟେଣ୍ଡେଣ୍ଟ ।
Comments are closed.