Latest Odisha News

ପାଣ୍ଡିଆନଙ୍କ ସଭାରେ ଯୋଗ ଦେବା ପାଇଁ ଯାଉଥିଲେ ଛାତ୍ରୀ; ବସ ଧକ୍କାରେ ଡାକ୍ତରଖାନାରେ

ଗଞ୍ଜାମ: ଫାଇଭ ଟି ସଚିବଙ୍କ ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଲାରେ ବିରୋଧର ନିଆଁ ଜଳୁଛି । ଏହି ସମୟରେ ସଚିବଙ୍କ କାର୍ଯ୍ୟକ୍ରମକୁ ଯାଉଥିବା ଜଣେ ଛାତ୍ରୀ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହାକୁ ନେଇ ବିରୋଧୀମାନେ ଆହୁରି ତାତିଛନ୍ତି । ଛାତ୍ରୀଜଣକ ସଚିବଙ୍କ କାର୍ଯ୍ୟରେ ଯୋଗ ଦେବା ପାଇଁ ସାଇକେଲ ଯୋଗେ ଯାଉଥିଲେ । ବାଟରେ ଏକ ଯାତ୍ରୀବାହୀ ବସ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାଯାଇଛି । ତାଙ୍କୁ   ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଛାତ୍ରୀ ଜଣକ  ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ।

ସୂଚନାଥାଉ କି, ଫାଇଭ-ଟି ସଚିବଙ୍କ ଗସ୍ତକୁ ନେଇ କଡା ଗଞ୍ଜାମରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ସଭା ସ୍ଥଳକୁ ଛାତ୍ରଛାତ୍ରୀଙ୍କୁ ଡକାଯାଇଛି । ହେଲେ  କଲମ, ବ୍ୟାଗ ମନା କରାଯାଇଛି । ଖାଲି ଛାତ୍ରଛାତ୍ରୀ ନୁହେଁ, ସମସ୍ତଙ୍କ ପାଇଁ କଟକଣା ଜାରି କରାଯାଇଛି ।   ପିଲାମାନଙ୍କ ଠାରୁ ବ୍ୟାଗ ଓ କଲମ କାଢି ରଖାଯାଉଛି । ପୁରୀ  ସଚିବଙ୍କୁ କାଳିମାଡ ପରେ ଏପରି  ବ୍ୟବସ୍ଥା କଡାକଡି କରାଯାଇଛି ।

 ସେପଟେ ଗଞ୍ଜାମରେ  ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ଗଞ୍ଜାମରେ ପହଞ୍ଚି ସାରିଛନ୍ତି । ସେଠାରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶନିମନ୍ଦିର ପଡ଼ିଆରେ ଚାଲିଥିବା ଅଭିଯୋଗ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି  ।   ଏହା ସହ ବିଭିନ୍ନ ପ୍ରକଳ୍ପର ଘୋଷଣା କରିଛନ୍ତି ପାଣ୍ଡିଆନ୍ ।

Leave A Reply

Your email address will not be published.