Latest Odisha News

BREAKING NEWS

ଭୁବନେଶ୍ୱରରେ ମହିଳା ଏସଆଇଙ୍କୁ କରୋନା

ଭୁବନେଶ୍ୱର: ଖୋର୍ଦ୍ଧା ଅବକାରୀ ଅଧୀକ୍ଷକଙ୍କ ଅଫିସରେ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ମହିଳା ସବ୍-ଇନିସପେକ୍ଟର କରୋନା ସଂକ୍ରମିତ । ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏହି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅବକାରୀ ଏସପି ପ୍ରସନ୍ନ ଆଚାର୍ଯ୍ୟ ।

ଦୁଇ ଦିନ ତଳେ ଖୋର୍ଦ୍ଧା ଅବକାରୀ ଅଧୀକ୍ଷକଙ୍କ ଅଫିସରେ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ ସଂପୃକ୍ତ ମହିଳା ଏସଆଇ । ଅସୁସ୍ଥ ଅନୁଭବ କରିବାରୁ ତାଙ୍କର ସ୍ୱାବ୍ ସଂଗ୍ରହ କରାଯାଇଥିଲା । ଏବେ ରିପୋର୍ଟ ପଜିଟିଭ୍ ବାହାରିଛି ।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ କରୋନା ସଂକ୍ରମିତ ହେଲେଣି ୧ ହଜାର ୧୩୦ ଜଣ । ଗତକାଲି ୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାରି ଭିତରେ ଭୁବନେଶ୍ୱରରେ ୪୫୭ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଜଣଙ୍କର ଜୀବନ ନେଇଛି କରୋନା ।

Leave A Reply

Your email address will not be published.