Latest Odisha News

BREAKING NEWS

ଭାଗବତ ଗୀତାର ଏହି କିଛି କଥା ଯାହା ଆଣିବ ଆପଣଙ୍କ ଜୀବନରେ ପରିବର୍ତ୍ତନ !

ଭୁବନେଶ୍ୱର: ଜୀବନର ସାର ଭାଗବତ ଗୀତରେ ଲୁଚି ରହିଥାଏ । ଜୀବନର ସବୁ ସମସ୍ୟାର ସମାଧାନ ଗୀତା ଅଧ୍ୟାୟନ ଦ୍ୱାରା ସମାପ୍ତ ହୋଇଥାଏ ବୋଲି କୁହାଯାଏ । ଏହାର ପ୍ରତ୍ୟେକଟି ବାଣୀରେ ରହିଛି ମଣିଷ ଜୀବନକୁ ସରଳ ଓ ସୁଖମୟ କରିବାର ଉପାୟ । ଆଜି ଆମେ ଆପଣଙ୍କୁ ଜଣାଇବୁ ଭଗବାନ କୃଷ୍ଣଙ୍କ କିଛି ବାଣୀ ଯାହା ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ ।

 

ବ୍ୟକ୍ତି ନିଜ ଉପରେ ସର୍ବଦା ନିୟନ୍ତ୍ରଣ ରଖିବା ଉଚିତ୍ । ନିୟନ୍ତ୍ରଣ ବିନା ବିନାଶ ନିଶ୍ଚିତ ହୋଇଥାଏ କ୍ରୋଧରେ ବ୍ୟକ୍ତି ନିଜ ନିୟନ୍ତ୍ରଣ ହରାଇ ବସିଥାଏ । ସେଥିପାଇଁ କ୍ରୋଧକୁ ନିୟନ୍ତ୍ରଣ ରଖିବା ଜରୁରୀ ।

ସବୁବେଳେ ନିଜ ଉପରେ ଭରସା ରଖିବା ଦ୍ୱାରା ସବୁ କିଛି ଠିକ୍ ହୋଇଯାଇଥାଏ । ସବୁ ମନୁଷ୍ୟ ନିଜ ମଧ୍ୟରେ ସକ୍ଷମତା ରଖିବା ଉଚିତ୍ । କେବଳ ଜରୁରୀ ଅଟେ କି ସେ ନିଜ ଉପରେ ଆତ୍ମ ବିଶ୍ୱାସ ରଖି ଆଗକୁ ବଢିପାରିବେ ।

ମଣିଷକୁ ସବୁବେଳେ ସବୁ ପରିସ୍ଥିତିର ସାମନା କରିବା ପାଇଁ ପ୍ରସ୍ତୁତ ରହିବାର ଅଛି । ଯେ କୌଣସି କାମକୁ କରିବାକୁ ହେଲେ ଯୋଜନା ବନାଇବା ନିତାନ୍ତ ଜରୁରୀ ।

ମନୁଷ୍ୟକୁ ସର୍ବଦା ଖୁସିରେ ରହିବା ଉଚିତ୍ । ମୁହଁରେ ହସ ରହିବା ବଡ ଶକ୍ତି ହୋଇଥାଏ । ଏହାର ବିପରୀତ ପରିସ୍ଥିତିଗୁଡିକ ସହ ଜିତ୍ ହାସିଲ୍ କରିପାରିବାରେ ସହାୟକ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣ ଥରେ ନିଜ ଖୁସି ଦ୍ୱାରା ଗୋଟେ ରାକ୍ଷସକୁ ହରାଇ ଦେଇଥିଲେ ।

ଅଯଥା ବ୍ୟର୍ଥ ଚିନ୍ତା ଦ୍ୱାରା କିଛି ହେବାର ନାହିଁ । ଜୀବନରେ ସେଇଆ ଘଟିଥାଏ ଯାହା ପରମାତ୍ମାଙ୍କ ଇଚ୍ଛା ଥାଏ । ତେବେ ଖୁସିକୁ ସାଉଁଟି ନେଇ ଦୁଃଖକୁ ଭୁଲି ଆଗକୁ ବଢିବାର ଅଛି । ଏହାର ନାଁ ହିଁ ଜୀବନର ଅର୍ଥ ।

Leave A Reply

Your email address will not be published.