Latest Odisha News

BREAKING NEWS

ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ; ଅଖିଲେଶଙ୍କୁ ଉଠାଇନେଲା ପୋଲିସ

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ ଘଟଣା ଯୋଗୁଁ ୟୁପିରେ ରାଜନୈତିକ ଆନ୍ଦୋଳନ ବୃଦ୍ଧି ପାଇଛି। ଲକ୍ଷ୍ମୀପୁର ଖେରୀ ଚାଷୀଙ୍କୁ ଭେଟିବାକୁ ଯାଇଥିବା ପ୍ରିୟଙ୍କା ଗାନ୍ଧୀଙ୍କୁ ସୀତାପୁର ପୋଲିସ ସକାଳ ୪ ଟାରେ ହରଗାଓଁରେ ଗିରଫ କରିଥିଲା। ଆଜି ଅଖିଲେଶ ଯାଦବ ମଧ୍ୟ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଚାହିଁଥିଲେ। ଏହାସହିତ ଶିବପାଲ ଯାଦବଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି।

ଏଥିସହିତ ସମାଜବାଦୀ ପାର୍ଟି ସଭାପତି ଅଖିଲେଶ ଯାଦବଙ୍କୁ ହିଂସାକାଣ୍ଡ ଘଟାଇଥିବା ଜିଲ୍ଲାକୁ ଯିବାକୁ ପୋଲିସ ବାରଣ କରାଯାଇଥିଲା। ଅନେକ ବୁଝାଇବାକୁ ଚେଷ୍ଟା ମଧ୍ୟ କରିଥିଲା। ଅଖିଲେଶଙ୍କ ସମର୍ଥନ ପାଇଁ ସେଠାରେ ଶତାଧିକ ସମର୍ଥକ ପହଞ୍ଚିଥିଲେ। ଯାହାପରେ ଅଖିଲେଶ ନିଜ ଦଳ ସହିତ ଧାରଣାରେ ବସିଥିଲେ। ଧାରଣାରୁ ନ ଉଠିବାରୁ ପୋଲିସ ତାଙ୍କୁ ଧାରଣା ସ୍ଥଳରୁ ଉଠାଇନେଇଛି।

Comments are closed.