Latest Odisha News

BREAKING NEWS

ଚୋରାଚାଲାଣ ବେଳେ ୧୫୦୦ କେଜି ଗଞ୍ଜେଇ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବିପୁଳ ପରିମାଣର ଗଞ୍ଜେଇ ଜବତ । ଚିତ୍ରକୋଣ୍ଡା ଅଞ୍ଚଳରୁ ଆନ୍ଧ୍ର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଏକ ଗାଡିକୁ ଜବତ କରିଛି । ଆନ୍ଧ୍ର ଓଡିଶା ସିମାନ୍ତ ରେଖାପାଲି ଗାଁ ନିକଟରେ ଚିତ୍ରକୋଣ୍ଡା ପୋଲିସ ତରଫରୁ  ପାଟ୍ରୋଲିଂ ଚାଲିଥିବା ସମୟରେ ସନ୍ଦେହରେ ଏକ ଗାଡିକୁ ଜବତ କରିଥିଲା । ଯାଂଚ ପରେ ଗାଡି ଭିତରୁ ୧୫୦୦କେଜି ଗଞ୍ଜେଇ ଜବତ କରିଛି ପୁଲିସ୍ । ଯାହାର ମୁଲ୍ୟ ପ୍ରାୟ ଦେଢ କୋଟି ଟଙ୍କା ହେବ ।

ଆନ୍ଧ୍ର ପ୍ରଦେଶ ଆନ୍ନାଭରମ ଗ୍ରାମର ଏମ. ବାଲୁ ଏକ ଗାଡିରେ ଯାଉଥିବା ବେଳେ ପୋଲିସ ଏହାକୁ ଅଟାଇଥିଲା । ପରେ ସନ୍ଦେହ ହେବାରୁ ଗାଡିଟିକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା ପୋଲିସ ।ଚିତ୍ରକୋଣ୍ଡା ରୁ ଆନ୍ଧ୍ର ପ୍ରଦେଶର ରାଜମେନ୍ଦ୍ରୀକୁ ଚୋରା ଚାଲାଣ କରାଯାଉଥିଲା ଏହି ସବୁ ଗଞ୍ଜେଇ । ଗଞ୍ଜେଇ କାରବାର ଘଟଣାରେ ସଂପୃକୃ ଥିବା ଆନ୍ଧ୍ର ପ୍ରଦେଶର ଏମ.ବାଲୁ ନାମକ ଏହି ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.