Latest Odisha News

ପରମ୍ପରା ଓ ବିରତ୍ଵ ର ନିଆରା ପର୍ବ “ଲାଖମରା “

ରାୟଗଡ଼ା : ରାଜ ରାଜୁଡ଼ା ଶାସନ ଚାଲିଗଲାଣି କିନ୍ତୁ ଏବେ ମଧ୍ୟ କିଛି ଅଞ୍ଚଳରେ ସେହି ସମୟର ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ସେଠିକା ଅଧିବାସୀ ।  ସେହି ସମୟର କିଛି ପାରମ୍ପରିକ କ୍ରୀଡା, ନୃତ୍ୟ ଏବେ ମଧ୍ୟ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଦଶହରା ବାସୀ ଦିନ ପାଳନ କରାଯାଏ “ଲାଖମରା ” ପର୍ବ । ନାଗ ବଂଶର ରାଜୁତି ଚାଲୁଥିବା ବେଳେ  ବର୍ତ୍ତମାନ ଯେଉଁ ରାଜା ଅଛନ୍ତି ଶ୍ରୀ ଦିବ୍ୟେନ୍ଦୁ କୁମାର ଦେବ୍ ସେ ଗଙ୍ଗବଂଶର  ରାଜା  । ତାଙ୍କ ଇଷ୍ଟ ଦେବୀ ମା ମାଣିକେଶ୍ଵରୀଙ୍କ  ଦଶହରାରେ ଏକ କ୍ରୀଡାକୁ ପର୍ବ ଅନୁଯାୟୀ ପାଳନ କରାଯାଉଥିଲା । ତାହାକୁ ଲାଖମରା ପର୍ବ କୁହାଯାଏ  ।

ଏହି ପର୍ବ  ବିଜୟା ଦଶମୀ ବାସୀ ଦିନ ରାଜାଙ୍କ ସୈନ୍ୟସାମନ୍ତଙ୍କ ମଧ୍ୟରେ  ନିଜ ବିରତ୍ୱର ପରୀକ୍ଷା ପାଇଁ ପ୍ରୀତିଯୋଗିତାର  ଆୟୋଜନ କରାଯାଉଥିଲା । ଏହି ପର୍ବରେ  ଗୋଟିଏ ବିରାଟ  ଗଛର ଶୀର୍ଷରେ କାକୁଡିଟିଏ ପୂଜା କରି ବାଡ଼ିରେ ବନ୍ଧା ଯାଏ । ପରେ କାଶୀପୁରର ରାଜା ନିଜେ ନିଜ ପ୍ରଜା ତଥା ଗ୍ରାମବାସୀଙ୍କ ସହ ମାଣିକେଶ୍ଵରୀ ମନ୍ଦିରରୁ ଏକ ପଟୁଆରରେ ଯାଇ  ଗଛରେ ବନ୍ଧା ଯାଇଥିବା  କାକୁଡିକୁ ଲକ୍ଷ୍ୟ ଭେଦ କରିବା ପାଇଁ ଅନୁମତି ଦେଇଥାନ୍ତି  ।

କିମ୍ବଦନ୍ତୀ ଅନୁଯାୟୀ ଏହି କାକୁଡ଼ିକୁ  ପ୍ରଥମେ ଧନୁ ଶରରେ  ଏବଂ ପରେ ପରେ  ଏକ ୨୦୦ ବର୍ଷ ପୁରାତନ ବନ୍ଧୁକ ଯାହାକୁ ବୁଢ଼ା ରାଜା କୁହାଯାଏ ତହିଁରେ ଲକ୍ଷ୍ୟ ଭେଦ କରୁଥିଲେ । ଏହି କ୍ରୀଡ଼ାରେ ଯେ କୌଣସି ଲୋକ ଭାଗ ନେଇପାରିବେ କିନ୍ତୁ ଯିଏ ପ୍ରଥମେ ଲକ୍ଷ୍ୟ ଭେଦ  କରେ ସେହି ବର୍ଷ ଉକ୍ତ ବ୍ୟକ୍ତିଙ୍କୁ ବୀରତ୍ୱର ମୁକୁଟ ସ୍ୱରୂପ ରାଜା ପାଟ ଶାଢୀରେ ଶିରପା ବାନ୍ଧିଥାନ୍ତି ।  ଚଳିତ ବର୍ଷ  କାଶିପୁରର ନବ ପ୍ରସାଦ ମିଶ୍ର ଏହି କୃତିତ୍ୱ ଅର୍ଜନ କରିଥିବା ଜଣା ପଡ଼ିଛି ।

Comments are closed.