Latest Odisha News

BREAKING NEWS

ଯେଉଁଠି ହୋଇଥିଲା ପାଣ୍ଡବ ମାନଙ୍କୁ ଜିଅନ୍ତା ଜଳାଇବାର ଯୋଜନା, ଜାଣନ୍ତୁ ୫୩ ବର୍ଷ ଧରି ଚାଲିଥିବା ବାଗପତର ଲାକ୍ଷାଗୃହ ବିବାଦ

ଉତ୍ତରପ୍ରଦେଶ: ଚର୍ଚ୍ଚାରେ ଏବେ ୟୁପିର ବାଗପତ ଜିଲ୍ଲା । କାରଣ ହେଉଛି ଲାକ୍ଷାଗୃହ-କବରସ୍ଥାନ ବିବାଦ ମାମଲା । ଏହି ମାମଲାରେ ଗତକାଲି ହିନ୍ଦୁ ଦଳ ସପକ୍ଷରେ ଜିଲ୍ଲା ଓ ଅଧିବେଶନ କୋର୍ଟ ରାୟ ଶୁଣାଇଛନ୍ତି । ୫୩ ବର୍ଷ ଧରି ଚାଲିଥିବା ଏହି ମକୋଦ୍ଦମା ପରେ ବର୍ଣ୍ଣୱାସ୍ଥିତ ଯେଉଁ ଯାଗାକୁ କବରସ୍ଥାନ କୁହାଯାଉଛି ବାସ୍ତବରେ ସେହି ସ୍ଥାନଟି ମହାଭାରତ ସମୟରେ ଲାକ୍ଷାଗୃହ ଅଟେ । ଏହି ସ୍ଥାନରେ ପାଣ୍ଡବମାନଙ୍କୁ ଜୀବନ୍ତ ଜାଳି ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିଲା । ମହାଭାରତ ସମୟର ଅନେକ ପ୍ରମାଣ ASI ସର୍ଭେରେ ମିଳିଛି ।

ବର୍ଣ୍ଣୱାଠାରେ ୧୧୦ରୁ ଅଧିକ ବିଘା ଜମି ଉପରେ କୋର୍ଟରେ ଏକ ମାମଲା ଚାଲିଥିଲା । ମୁସଲମାନ ଦଳ ଏହି ଦେଶକୁ ସୁଫି ସାଧୁ ଶେଖ ବଦଋଦ୍ଦିନଙ୍କ ସମାଧି ଏବଂ କବର ବୋଲି କହୁଥିଲେ । ସେପଟେ ହିନ୍ଦୁ ଦଳ ଦାବି କରିଥିଲା ଯେ, ଏହା ହେଉଛି ମହାଭାରତ ସମୟର ଲାକ୍ଷାଗୃହ । ଶେଷରେ, ଏହି ଘଟଣାରେ ୫୩ ବର୍ଷ ପରେ ଗତକାଲି ବାଗପତ କୋର୍ଟ ହିନ୍ଦୁ ପକ୍ଷ ସପକ୍ଷରେ ରାୟ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବାଗପତ ଜିଲ୍ଲାର ବର୍ଣ୍ଣୱାଠାରେ ଅବସ୍ଥିତ ଲାକ୍ଷାଗୃହ ପର୍ବତକୁ ନେଇ ଉଭୟ ହିନ୍ଦୁ ଏବଂ ମୁସଲମାନ ଦଳ ମଧ୍ୟରେ ଗତ ୫୩ ବର୍ଷ ଧରି ବିବାଦ ଲାଗି ରହିଥିଲା । ୧୯୭୦ ମସିହାରେ ବର୍ଣ୍ଣୱା ନିବାସୀ ମୁକିମ ଖାନ ୱାକଫ ବୋର୍ଡର ଜଣେ ଅଧିକାରୀଙ୍କ କ୍ଷମତା ଅନୁଯାୟୀ ମେରଟର ସର୍ଦ୍ଧନା କୋର୍ଟରେ ଏକ ମାମଲା ଦାୟର କରିଥିଲେ। ମୁକିମ ଖାନ ଲାକ୍ଷାଗୃହ ଗୁରୁକୁଳର ପ୍ରତିଷ୍ଠାତା ବ୍ରହ୍ମଚାରି କୃଷ୍ଣଦତ୍ତ ମହାରାଜଙ୍କ ନାଁରେ ଅଭିଯୋଗ କରିଥିଲେ । ସେ ଦାବି କରିଥିଲେ ଯେ ବର୍ଣ୍ଣୱାଠାରେ ଅବସ୍ଥିତ ଲାକ୍ଷାଗୃହ ପାହାଡ ଉପରେ ଶେଖ ବଦଋଦ୍ଦିନଙ୍କ ସମାଧି ଏବଂ ଏକ ବଡ଼ କବର ସ୍ଥାନ ଅଛି।

ସେପଟେ ବିପରିତ ପକ୍ଷ ଏହା କହିଥିଲା ଯେ, ଏହି ସ୍ଥାନ ପାଣ୍ଡବଙ୍କ ଲାକ୍ଷାଗୃହ ଅଟେ । ଏଠାରେ ମହାଭାରତର ସୁଡଙ୍ଗ ଏବଂ ପୌରାଣିକ କାନ୍ଥ ରହିଛି । ଏଏସଆଇ ମଧ୍ୟ ଏଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରାଚୀନତା ଉଦ୍ଧାର କରିଛି । ଯେଉଁ ସୁଡଙ୍ଗ ଦେଇ ପାଣ୍ଡବ ମାନେ ଲାକ୍ଷାଗୃହ ଭିତରୁ ପଳାୟନ କରିଥିଲେ, ତାହା ସେଠାରେ ମଧ୍ୟ ଉପସ୍ଥିତ ଅଛି |

କିଛି ଦିନ ପରେ ମୁକିମ ଖାନ ଏବଂ କୃଷ୍ଣଦତ୍ତ ମହାରାଜଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଏବେ ଅନ୍ୟ କେହି କୋର୍ଟରେ କେସ୍ ଲଢୁଛନ୍ତି ଯାହାର ରାୟ ଗତକାଲି କୋର୍ଟ ଶୁଣାଇଛନ୍ତି । କୋର୍କ ଏଏସଆଇ ରିପୋର୍ଟକୁ ନଜରରେ ରଖି, ସମସ୍ତ ସାକ୍ଷୀ ଓ ପ୍ରମାଣକୁ ବିଚାରକୁ ଆଣି କାଲି ଏହି ରାୟ ଦେଇଛନ୍ତି ଯେ ବିବାଦୀୟ ସ୍ଥାନରେ ଶେଖ ବଦଋଦ୍ଦିନଙ୍କ କବରସ୍ଥାନ ନୁହେଁ ବରଂ ଲାକ୍ଷାଗୃହ ଅଛି ।

Leave A Reply

Your email address will not be published.