Latest Odisha News

BREAKING NEWS

‘ବସ୍ତର:ଦ ନକ୍ସଲ ଷ୍ଟୋରୀ’ ଫିଲ୍ମର ଟିଜର ସହ ସାମ୍ନାକୁ ଆସିଲା ରିଲିଜ ଡେଟ୍, ଜବରଦସ୍ତ ମିଳୁଛି ରେସପନ୍ସ

ମୁମ୍ବାଇ: ଯେଉଁ ଦିନଠାରୁ ଭିପୁଲ ଅମୃତଲାଲ ଶାହ ‘ଦ କେରଲା ଷ୍ଟୋରୀ’ ଟିମ୍ ସୁଦୀପ୍ତୋ ସେନ୍ ଏବଂ ଅଦା ଶର୍ମାଙ୍କ ସହ ‘ବସ୍ତର:ଦ ନକ୍ସଲ ଷ୍ଟୋରୀ’ ପାଇଁ ପୁଣିଥରେ ହାତ ମିଳାଇଥିଲେ, ସେବେଠାରୁ ଫିଲ୍ମ ବିଷୟରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଦର୍ଶକ ଏହାର ଟିଜର ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଫିଲ୍ମର ଟିଜର ଉନ୍ମୋଚିତ ହୋଇଛି ଏବଂ ଟ୍ରେଲରଟି ଅତ୍ୟନ୍ତ ଚମତ୍କାର ହୋଇଛି ।

ଏହି ଫିଲ୍ମରେ ଅଦା ଶର୍ମା ଆଇପିଏସ୍ ନୀରଜା ମାଧବନ ଭୂମିକାରେ ଅଭିନୟ କରିଛନ୍ତି । ଯେଉଁ ଟିଜରରେ ସାମ୍ନାକୁ ଆସିଛି, ଅଭିନେତ୍ରୀ ଏକ ମିନିଟର ଲମ୍ବା ମନୋଲୋଗ କହୁଥିବାର ଦେଖାଯାଇଛି ଯାହା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ହୋଇଉଠିବ ।

ଏହି ମନୋଲୋଗ ଫିଲ୍ମର ଦମଦାର କାହାଣୀ ଏବଂ କିଛି ତଥ୍ୟର ଝଲକ ଦେଇଛି । ଯାହା ଫିଲ୍ମରେ ବିସ୍ତୃତ ଭାବରେ ପ୍ରଦର୍ଶିତ ହେବ । ଟିଜରରେ ନିର୍ମାତାମାନେ ଶହୀଦଙ୍କ ସଂଖ୍ୟା ବିଷୟରେ ଆଲୋଚନା କରିଛନ୍ତି, ଯେଉଁଥିରେ ଏକ ସତ୍ୟ ପ୍ରକାଶ ପାଇଛି । ଏଥିରେ ଫିଲ୍ମର ଲିଡ୍ ହିରୋଇନ୍ ଅଦା ଶର୍ମା କହୁଛନ୍ତି ଯେ ଆମ ଦେଶରେ ଛଦ୍ମ ବୁଦ୍ଧିଜୀବୀମାନେ ଚୀନ୍ ଟଙ୍କା ଦେଇ ଦେଶ ଭାଙ୍ଗିବା ପାଇଁ ପ୍ରଚାର କରୁଛନ୍ତି । ବର୍ତ୍ତମାନ ଏହା ଉପରେ ଗଭୀର ଚିନ୍ତା କରିବାର ସମୟ ।

ଟିଜରରେ ଅଦା ଶର୍ମା ଏକ ଅଫିସରେ ବସିଥିବାର ନଜର ଆସିଛନ୍ତି । ସେ କମାଣ୍ଡୋ ପରି ପୋଷାକ ପିନ୍ଧିଛନ୍ତି । ଟିଜରରେ ଅଦା ଶର୍ମା କହୁଛନ୍ତି, ‘ପାକିସ୍ତାନ ସହ ହୋଇଥିବା 4 ଯୁଦ୍ଧରେ ଆମର 8738 ଯବାନ ସହିଦ ହୋଇଛନ୍ତି, କିନ୍ତୁ ଆପଣ ଜାଣନ୍ତି କି ନକ୍ସଲମାନେ ଆମ ଦେଶ ଭିତରେ 15,000 ରୁ ଅଧିକ ଯବାନଙ୍କୁ ହତ୍ୟା କରିଛନ୍ତି । ଆମର 76 ଜଣ ଯବାନଙ୍କୁ ବସ୍ତରରେ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଏହାପରେ ଉତ୍ସବ ପାଳନ କରାଯାଇଥିଲା ।

JNUରେ … କଳ୍ପନା କରନ୍ତୁ ଆମ ଦେଶର ଏପରି ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ କିପରି ଆମର ଯବାନମାନଙ୍କ ଶହୀଦତାକୁ ପାଳନ କରେ । ଏପରି ଚିନ୍ତାଧାରା କେଉଁଠୁ ଆସେ? ଏହି ନକ୍ସଲମାନେ ବସ୍ତରରେ ଭାରତକୁ ବିଚ୍ଛିନ୍ନ କରିବାକୁ ଷଡଯନ୍ତ୍ର କରୁଛନ୍ତି ଏବଂ ବଡ ସହରରେ ବସିଥିବା ବାମ ଉଦାରବାଦୀ ଛଦ୍ମ ବୁଦ୍ଧିଜୀବୀମାନେ ସେମାନଙ୍କୁ ସମର୍ଥନ କରୁଛନ୍ତି ।

ତେବେ ଭିପୁଲ ଅମୃତଲାଲ ଶାହାଙ୍କ ଦ୍ୱାରା ନିର୍ମିତ ଏବଂ ଆଶିନ୍ ଏ ଶାହାଙ୍କ ସହ ପ୍ରଯୋଜିତ ‘ବସ୍ତର: ଦ ନକ୍ସଲ ଷ୍ଟୋରୀ’ ସୁଦୀପ୍ତୋ ସେନ୍ ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ଅଦା ଶର୍ମା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟି ସନସାଇନ ପିକ୍ଚର୍ସର ବ୍ୟାନରରେ ନିର୍ମିତ ହେଉଛି । ଏହି ଫିଲ୍ମଟି ମାର୍ଚ୍ଚ 15 ତାରିଖ 2024 ରେ ସମସ୍ତ ସିନେମା ହଲରେ ରିଲିଜ ହେବ ।

Leave A Reply

Your email address will not be published.