ଭୁବନେଶ୍ବର:ଆଗାମୀ ଅମାବାସ୍ୟାରେ ବୁଧଙ୍କ ଚଳନ ହେତୁ ମୀନ ରାଶିରେ ଶୁକ୍ର ଓ ବୁଧ ଗ୍ରହ ଏକାଠି ହେବେ । ଫଳରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ସୃଷ୍ଟି ହେବ । ଏହି ବିଶେଷ ରାଜଯୋଗରେ ଅତ୍ୟନ୍ତ ଶୁଭଫଳ ମିଳିବ । ଶୁକ୍ର ଗ୍ରହ ଧନ, ବୈଭବ, ସୁଖ-ସମୃଦ୍ଧି,ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ-ଆରାମ ଓ ପ୍ରେମର କାରକ ଅଟନ୍ତି। ବୁଧ ଓ ଶୁକ୍ରଙ୍କ ସ୍ଥିତିରେ ପରିବର୍ତ୍ତନ ହେବା ଦ୍ୱାରା ପ୍ରତ୍ୟେକ ରାଶି ବ୍ୟକ୍ତିଙ୍କ ଉପରେ ପ୍ରଭାବ ପଡିବ । କିନ୍ତୁ ଏହି ତିନି ରାଶିଙ୍କ ଉପରେ ବିଶେଷ ପ୍ରଭାବ ପଡୁଛି ।
କର୍କଟ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଫିଟିଯିବ । ପରିବାର ସହ ହସଖୁସିରେ ସମୟ ଅତିବାହିତ କରିବେ । ଅନେକ କ୍ଷେତ୍ରରେ ସଫଳତା ପାଇବେ । ଧାର୍ମିକ ଯାତ୍ରାର ଯୋଗ ରହିବ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲ ରହିଛି । ଅଟକି ରହିଥିବା କାମ ପୂରଣ ହେବ ।
ଧନୁ- ଆର୍ଥିକ କ୍ଷେତ୍ରରେ ବିଶେଷ ଭାବେ ଲାଭବାନ୍ ହେବେ । ପରିବାର ସଦସ୍ୟଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ । ଦୀର୍ଘ ଦିନରୁ ଲାଗି ରହିଥିବା ରୋଗ ଦୂର ହେବ । ମାନସମ୍ମାନ ବୃଦ୍ଧି ହେବା ସହ ଧନ ପ୍ରାପ୍ତି ହେବ ।
କନ୍ୟା-ଏହି ରାଶି ବ୍ୟକ୍ତି ବିଶେଷଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ସୁଖସମୃଦ୍ଧି ବୃଦ୍ଧି ହେବ ଓ ଅବିବାହିତ ଯୁବକ ଯୁବତୀଙ୍କ ବିବାହର ଯୋଗ ରହିଛି ।
Comments are closed.