Latest Odisha News

କଖାରୁ ମଞ୍ଜି ଖାଆନ୍ତୁ; ଫିଟ୍ ରୁହନ୍ତୁ

ଭୁବନେଶ୍ବର: ପୋଷକତତ୍ତ୍ୱରେ ଭରପୂର ଅଟେ କଖାରୁ ମଞ୍ଜି । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ।  ସେଥିରେ ଥିବା ଫାଇବର, ପ୍ରୋଟିନ୍, ମିନେରାଲ, ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ । ମୁଖ୍ୟତଃ ଜିଙ୍କ, ଆଇରନ୍, ପ୍ରୋଟିନ୍, ଓମେଗା -୩ ଫ୍ୟାଟି ଏସିଡ୍, ଭିଟାମିନ୍ ଏ କଖାରୁ ମଞ୍ଜିରେ ଥାଏ ।

କଖାରୁ ମଞ୍ଜିକୁ ଭାଜିକି କିମ୍ବା ବିନା ଭଜାରେ ଖାଇ ପାରିବେ । ଏହାକୁ ସ୍ନାକ୍ସ ଭାବରେ ବ୍ୟବହାର କରାଯାଇପାରିବ ଏବଂ ଦିନରେ ଯେକୌଣସି ସମୟରେ ଖାଇ ପାରିବେ । ସାଲାଡରେ ମିଶାଇ କଖାରୁ ମଞ୍ଜି ଖାଇବା ଦ୍ୱାରା ଏହା ଅଧିକ ସ୍ୱାଦିଷ୍ଟ ଲାଗେ ଓ ଏହା ଲାଭଦାୟକ ଅଟେ ।

କଖାରୁ ମଞ୍ଜି ଟେନସନରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ମ୍ୟାଗ୍ନେସିୟମ୍ ମନକୁ ଶାନ୍ତ ରଖେ । ଏହା ବ୍ୟତୀତ ଏଥିରେ ଥିବା ଜିଙ୍କ ଓ ଭିଟାମିନ୍ ବି ମଧ୍ୟ ଟେନସନକୁ ଦୂର କରିଥାଏ।

ରାତିରେ ଶୋଇବାର ଅଭାବ ହେତୁ ଦିନରେ ଥକ୍କା ଅନୁଭବ ହୁଏ। ସ୍ୱାସ୍ଥ୍ୟ ବିଶେଷଜ୍ଞ ଅନୁସାରେ,କଖାରୁ ମଞ୍ଜି ଅନିଦ୍ରା ସମସ୍ୟା ଦୂର କରିଥାଏ ଓ ଏହା ଶୋଇବାରେ ଆରାମ ଦେଇଥାଏ।

ସେହିପରି ମଧୁମେହ ରୋଗୀମାନେ କଖାରୁ ମଞ୍ଜି ଖାଇବା ଉଚିତ୍ । ଏଥିରେ ଥିବା ଫାଇବର ଟାଇପ୍-୨ ମଧୁମେହରୁ ମୁକ୍ତି ଦେଇଥାଏ। କଖାରୁ ମଞ୍ଜି ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏଥିରେ ମିଳୁଥିବା ‘ଭିଟାମିନ୍ -ଇ’ ରୋଗ ପ୍ରତିରୋଧକ ଶକ୍ତି ବଢାଏ ।

କଖାରୁ ମଞ୍ଜି ଖାଇବା ଦ୍ୱାରା ହାଡକୁ ମଜବୁତ ହୁଏ । କଖାରୁ ମଞ୍ଜିରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫସଫରସ୍ ପରି ପୋଷକ ତତ୍ତ୍ୱ ରହିଥାଏ, ଯାହା ଆମ ହାଡର ଶକ୍ତି ପାଇଁ ଜରୁରୀ ଅଟେ ।

ଏହି କଖାରୁ ମଞ୍ଜିରେ ଅଧିକ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହା କର୍କଟ କୋଷର ବୃଦ୍ଧିକୁ ରୋକିଥାଏ ।

Comments are closed.