Latest Odisha News

BREAKING NEWS

ଅଲ ଇଂଲଣ୍ଡ ବ୍ୟାଡମିଂଟନ: ନୂତନ ଲକ୍ଷ୍ୟପଥରେ ଲକ୍ଷ୍ୟସେନ୍‌

ନୂଆଦିଲ୍ଲୀ: ଅଲ ଇଂଲଣ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପରେ ଭାରତର ସର୍ବକନିଷ୍ଠ ଖେଳାଳି ଭାବେ ଲକ୍ଷ୍ୟ ସେନ୍ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଆଲମୋରାର ଲକ୍ଷ୍ୟ ପ୍ରିକ୍ୱାର୍ଟରରେ ଫ୍ରାନ୍ସର ଥମାସ ରାଉସେଲଙ୍କୁ ୨୧-୧୮, ୨୧-୧୬ ପଂଏଟରେ ପରାସ୍ତ କରିଥିଲେ । ୨୦୧୮ରେ ଏସିଆନ୍ ଜୁନିୟର ଚାମ୍ପିୟନଶିପ୍ ଟାଇଟଲ, ବିଶ୍ୱ ଜୁନିୟର ଚାମ୍ପିୟନଶିପରେ ବ୍ରୋଞ୍ଜ ଓ ୟୁଥ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିଲେ । ପରବର୍ତୀ ରାଉଣ୍ଡରେ ସେ ଆୟର୍ଲାଣ୍ଡର ଏନ.ନୁଗେୟନଙ୍କୁ ଭେଟିବେ ।

ଅପରପକ୍ଷରେ ଭାରତର ସିନିୟର ଖେଳାଳି ଏଚଏସ ପ୍ରଣୟ ବିଶ୍ୱର ଏକ ନମ୍ବର ଖେଳାଳି ଜାପାନର କେଂଟୋ ମୋମୋଟାଙ୍କ ନିକଟରୁ ୧୫-୨୧, ୧୪-୨୧ରେ ହାରି ଯାଇଛନ୍ତି । ମିକ୍ସଡ ଡବଲ୍ସରେ ସାତ୍ୱିକସାଇରାଜ ରାନକିରେଡ୍ଡୀ ଓ ଅଶ୍ୱୀନ ପୋନପ୍ପା ପ୍ରଥମ ରାଉଣ୍ଡରେ ଜାପାନୀ ଯୋଡି ୟୁକି କାନେକୋ ଓ ମିସାକି ମାଟସୁଟୋମାଙ୍କ ନିକଟରୁ ୧୯-୨୧, ୯-୨୧ରେ ପରାଜିତ ହୋଇଛନ୍ତି । ବୁଧବାର ସାଇନା ନେହ୍ୱାଲ ଆଘାତ ସମସ୍ୟା ଯୋଗୁ ପ୍ରଥମ ରାଉଣ୍ଡ ମୁକାବିଲାର ଅଧାରୁ ଓହରି ଯାଇଥିଲେ ।

Leave A Reply

Your email address will not be published.