Latest Odisha News

ଲକ୍ଷ୍ୟଙ୍କୁ କକ୍ଷ ଚ୍ୟୁତ କରିପାରିଲେନି ବିଶ୍ୱ ଚାମ୍ପିୟନ

ନୂଆଦିଲ୍ଲୀ: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ଇଣ୍ଡିଆନ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ସେ ଫାଇନାଲରେ ବିଶ୍ୱ ଚାମ୍ପିୟନ ସିଙ୍ଗାପୁରର ଲୋ କିନ ୟିଙ୍କୁ ୨୪-୨୨ ଓ ୨୧-୧୭ ସେଟରେ ପରାସ୍ତ କରିଥିଲେ । ମ୍ୟାଚରେ ବିଜୟ ହାସଲ କରିବା ପାଇଁ ସେ ତାଙ୍କୁ ୫୪ ମିନିଟ ସମୟ ଲାଗିଥିଲା ।

ଗତ ମାସରେ ସେ ସ୍ପେନରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଇଣ୍ଡିଆନ ଓପନରେ ଏଥର ଭାରତୀୟ ଖେଳାଳିଙ୍କ ସମ୍ପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିଥିଲା । ବିଶ୍ୱ ଚାମ୍ପିୟନଙ୍କ ବିପକ୍ଷରେ ଖେଳୁଥିଲେ ମଧ୍ୟ ଲକ୍ଷ୍ୟ ଚାପର ବଶୀଭୂତ ନ ହୋଇ ନିଜର ନାଚୁରାଲ ଗେମ ଖେଳିଥିଲେ ।

Comments are closed, but trackbacks and pingbacks are open.