Latest Odisha News

BREAKING NEWS

ଶଙ୍ଖ ଫୁଙ୍କିଲେ ଲକ୍ଷ୍ମଣ ସୋରେନ

ଭୁବନେଶ୍ୱର: ବିଜେପି ଛାଡ଼ି ବିଜେଡିରେ ମିଶିଲେ ମୟୁରଭଞ୍ଜ ଜିଲ୍ଲା ବହଳଦା ବିଧାୟକ ଲକ୍ଷ୍ମଣ ସୋରେନ । ଆଜି ଲକ୍ଷ୍ମଣ ପ୍ରଣବ ପ୍ରକାଶ ଦାସଙ୍କ ତତ୍ୱାବଧାନରେ ୪୮ଜଣ ଦଳୀୟ କର୍ମଚାରୀଙ୍କ ସହ ବିଜେଡି ଦଳୀୟ କାର୍ଯ୍ୟାଳୟରେ ବିଜେଡି ଦଳରେ ମିଶିଛନ୍ତି । ସେ ବିଜେପିରୁ ୨୦୦୦ ମସିହାରେ ୨୧ଶହ ଅଧିକ ଭୋଟରେ ଜିତିଥିଲେ । ୨୦୦୪ରୁ ବିଜେପି ଟିକଟ ନପାଇବାରୁ କଂଗ୍ରେସରୁ ଲଢି ପରାସ୍ତ ହୋଇଥିଲେ ।

ପୁଣି ୨୦୦୪ରେ ସେ ବିଜେପିକୁ ଫେରିଥିଲେ । ହେଲେ ତା’ ପରଠାରୁ ବିଜେପି ତାଙ୍କୁ ଆଉ ନିର୍ବାଚନ ଲଢିବାକୁ ସୁଯୋଗ ଦେଇନଥିଲା । ଯେଉଁଥିପାଇଁ ଆଜି ସେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କ ସାଥୀରେ ତାଙ୍କ ସ୍ତ୍ରୀ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ୨୦୧୨ରୁ ବର୍ତ୍ତମାନ ପର୍ଯ୍ୟନ୍ତି ତାଙ୍କ ପତ୍ନୀ ହେଓଲା ସୋରେନ ବହଳଦା ବ୍ଲକ ଜସିପୁର ଗ୍ରାମପଞ୍ଚାୟତରେ ସରବଞ୍ଚ ଅଛନ୍ତି ।

Comments are closed, but trackbacks and pingbacks are open.