Latest Odisha News

BREAKING NEWS

ୟୁକ୍ରେନରେ ପ୍ରବେଶ କଲେଣି ରୁଷିଆର ହ୍ୟାକର୍ସ !

ମସ୍କୋ: ଆମେରିକା ଏବଂ ବ୍ରିଟେନର ଗୋଇନ୍ଦା ଏଜେନ୍ସି ୟୁକ୍ରେନକୁ ସତର୍କ କରାଇ ଦେଇଛନ୍ତି । ରୁଷିଆର ସାଇବର ଯୋଦ୍ଧା (ହ୍ୟାକର୍ସ) ୟୁକ୍ରେନରେ ପ୍ରବେଶ କରି ସାରିଲେଣ ଏବଂ ସେମାନେ କମ ସମୟରେ ଅନେକଗୁଡିଏ ୱେବସାଇଟ ହ୍ୟାକ କରି ସାରିଛନ୍ତି । ସେମାନଙ୍କୁ ୟୁକ୍ରେନର ୭୦ ଗୁପ୍ତ ସ୍ଥାନ ସମ୍ପର୍କରେ ତଥ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ରୁଷିଆ ଖୁବ ଶୀଘ୍ର ୟୁକ୍ରେନ ଉପରେ ଆକ୍ରମଣ କରିବ ବୋଲି ସେମାନେ ସତର୍କ କରାଇଛନ୍ତି । ପ୍ରଥମେ ରୁଷ ଛଦ୍ମ ଆକ୍ରମଣ କରିବ ।

ଏହା ପରେ ଅନ୍ୟ ଦେଶ ଉପରେ ଦୋଷ ଲଦି ସମ୍ପୂର୍ଣ୍ଣ ଆକ୍ରମଣ କରିବ । ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ନିଷ୍ପତିକୁ ଏବେ ସମସ୍ତେ ଅପେକ୍ଷା କରିଛନ୍ତି । ନାଟୋ ଦେଶ ସୈନ୍ୟ ସହାୟତା ୟୁକ୍ରେନକୁ ଯୋଗାଇଥିଲେ ମଧ୍ୟ ଏହା ରୁଷ ତୁଳନାରେ ବହୁତ କମ । ରୁଷ ୧୨ ହଜାର ଟ୍ୟାଙ୍କ ଏବଂ ୩୩୦ ଫାଇଟର ଜେଟ ସୀମା ନିକଟରେ ନିୟୋଜିତ କରି ସାରିଛି ।

Comments are closed, but trackbacks and pingbacks are open.